ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର
ପୁଣିଥରେ ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ଆଜି ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ୧୦୭୯ ଟଙ୍କା ହୋଇଛି । ସେହିଭଳି ୫ କିଲୋଗ୍ରାମ ଯୁକ୍ତ ଘରୋଇ ସିଲିଣ୍ଡର ଗ୍ୟାସ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି। ଏଥିରେ ୧୮ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।
ଘରୋଇ ଗ୍ୟାସ୍ ଦର ୫୦ ଟଙ୍କା ସିଲିଣ୍ଡର ପିଛା ବଢ଼ିଥିବା ବେଳେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ୧୯ କେଜି ସିଲିଣ୍ଡର ମୂଲ୍ୟ ୮ ଟଙ୍କା ୫୦ ପଇସା କମିଛି ।
ପ୍ରକାଶ ଯେ, ଏହା ପୂର୍ବରୁ ଗତ ମେ ୧୯ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଥିଲା । ଗତ ଜୁନ ୧୭ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ିଥିଲା। ଏହି ମୂଲ୍ୟ ବୃଦ୍ଧି ପରେ ୧୪.୨ କେଜି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର ୯୯୯ ଟଙ୍କାରେ କ୍ରୟ କରୁଥିଲେ ଉପଭୋକ୍ତା। ଜୁନ ମାସ ପୂର୍ବରୁ ଗତ ମେ’ ୭ ତାରିଖରେ ମଧ୍ୟ ଘରୋଇ ଗ୍ୟାସ ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା।