କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ
(ଓଡ଼ିଶାଫାଷ୍ଟ ବ୍ୟୁରୋ): ରାଜଗାଙ୍ଗପୁର ଝାମପାଲି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର ଧକ୍କାରେ ବାଇକ ଆରୋହୀଙ୍କ ଜୀବନ ଚାଲି ଯାଇଛି । ବାଇକ ଆରୋହୀ ଜଣକ ହେଲେ ରାଜଗାଙ୍ଗପୁର ଭାଟପଡାର ପ୍ରବୀର ପାଣ୍ଡେ । ରାଜଗାଙ୍ଗପୁର ଭାଟପଡାର ପ୍ରବୀର ବାଇକରେ ଯାଉଥିବାବେଳେ ରାଜଗାଙ୍ଗପୁର ଝାମପାଲି ଛକ ନିକଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।