ଯୁବକର ଭୁଜାଲି ମାଡ଼ରେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର: ଅଭିଯୁକ୍ତ ଗିରଫ
(ଓଡ଼ିଶାଫାଷ୍ଟ ବ୍ୟୁରୋ): ଟିଉସନ ଯାଉଥିବା ବେଳେ ଯୁବକର ଭୁଜାଲି ମାଡରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ନାବାଳିକାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖଇରା ବ୍ଲକ ଜଳଦା ପଞ୍ଚାୟତରେ ତୁଟ ଗ୍ରାମରେ ନିତ୍ୟାନନ୍ଦ ଜେନାଙ୍କର ନବମ ଶ୍ରେଣୀରେ ଝିଅ ମଧୁସ୍ମିତା ଜେନା ଆଜି ସକାଳେ ଟିଉସନ ଯାଉଥିବା ସମୟରେ ତୁଟପଦା ଠାରେ ସେହି ଗ୍ରାମରେ ୨୫ ବର୍ଷିୟ ଯୁବକ ରଶ୍ମିରଞ୍ଜନ ଦାଶ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲେ । ଆକ୍ରମଣ କରିବାର କାରଣ ଜଣାପଡିନଥିବା ବେଳେ କିଛି ଦିନ ପୂର୍ବରୁ ଯୁବକ ତାକୁ ପ୍ରେମ ନିବେଦନ କରିଥିଲେ । ଏହାକୁ ଝିଅ ଓ ପରିବାର ଲୋକ ପ୍ରତିବାଦ କରିବାରୁ ସେହି ରାଗରେ ଆକ୍ରମଣ କରିଥିବାନେଇ ସନ୍ଦେହ କରାଯାଉଛି । ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବକ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।