ପର୍ଶୁରାମ ଧଡ଼ା ହେଲେ ସୋରର ବିଜେପିର ନୂଆ ବିଧାୟକ ପ୍ରାର୍ଥୀ

0

ଶେଷ ମୁହୂର୍ତ୍ତରେ ବଦଳିଲା ସୋର ବିଜେପି ପ୍ରାର୍ଥୀ । ପୂର୍ବରୁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ରାଜେନ୍ଦ୍ରଙ୍କ ସ୍ଥାନରେ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା କରିଛି। ରାଜେନ୍ଦ୍ର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା କରିଥିଲା।

ତେବେ ଏହାକୁ ନେଇ ସୋରରେ ଅସନ୍ତୋଷ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ବିଧାୟକ ପର୍ଶୁରାମ ବିଜେଡିରୁ ଇସ୍ତଫା ଦେଇଥିଲେ ଏବଂ ବିଜେପିରେ ଯୋଗ ଦେଇଥିଲେ। ସେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା। ଶେଷରେ ଦଳ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି।

ପର୍ଶୁରାମ ଧଡ଼ାଙ୍କୁ ବିଜେପିରୁ ଟିକେଟ୍ ମିଳିବା ପରେ ଏଥର ସୋରରେ ତ୍ରିମୁଖୀ ଲଢ଼େଇ ହେବ । ତିନି ଧଡା ମଧ୍ୟରେ ହେବ ବିଗ୍ ଫାଇଟ୍। ବିଜେପିର ପର୍ଶୁରାମ ଧଡାଙ୍କୁ ଟକ୍କର ଦେବେ ବିଜେଡି ବିଧାନସଭା ପ୍ରାର୍ଥୀ ମାଧବ ଧଡା ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ସୁବ୍ରତ ଧଡା ।

Leave a comment