ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ପଡିଲା ୨୬ଟି ଔଷଧ; ରାଣ୍ଟିଡାଇନ୍‌ ଓ ରାନ୍‌ଟାକ୍‌ ମଧ୍ୟ ସାମିଲ

0

ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ପଡିଲା ୨୬ଟି ଔଷଧ। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍‌କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍‌ଟାକ୍‌ ମେଡିସିନ୍‌ ମଧ୍ୟ ବାଦ୍‌ ପଡିଛି।

ପେଟ ଖରାପ କିମ୍ବା ଗ୍ୟାସ ଭଳି ସମସ୍ୟା ଦେଖାଦେଲେ ଡାକ୍ତର ରାଣ୍ଟିଡାଇନ୍‌( Ranitidine )କୁ ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଏହି ଟାବ୍‌ଲେଟ୍‌ ଏସିଲୋକ, ଜିନେଟାକ୍ ଏବଂ ରାନ୍‌ଟାକ ଭଳି ନାଁରେ ବିଭିନ୍ନ ମେଡିସିନ୍‌ ଷ୍ଟୋର୍‌ରେ ବିକ୍ରି ହୋଇଥାଏ। ଯଦି ଆପଣ ମଧ୍ୟ ଏହି ମେଡିସିନ୍‌ଗୁଡିକୁ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତି। କାରଣ ଏହା କ୍ୟାନରସର କାରଣ ହୋଇପାରେ।

ତେଣୁ ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ଜାରି କରାଯାଇଛି। ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ଏଥିରୁ ବାଦ୍‌ ଦିଆଯାଇଛି।

Leave a comment