ବିଜେପୁର ଉପନିର୍ବାଚନ, ୧୯ ଲକ୍ଷ ଟଙ୍କା ଜବତକଲା ଫ୍ଳାଇଂ ସ୍କ୍ୱାର୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପ ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନିର୍ବାଚନ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି । ଦୁର୍ଗା ପୂଜା ବିରତି ପରେ ପୁଣି ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ଏହି ପ୍ରଚାରରେ କଂଗ୍ରେସ ଟିକେ ପଛରେ ରହିଯାଇଛି। ମାତ୍ର ଶାସକ ଦଳ ଓ ବିରୋଧୀ ଦଳ ଏହି ଆସନ ଜିତିବାପାଇ ଫୁଲ ଦମ ଲଗାଇ ଦେଇଇଛନ୍ତି । ଏବେ ସେଠାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଭିଡ଼ ଜମିବା ଆରମ୍ଭ ହେଲାଣି । ଏହି ସବୁ କାର୍ଯ୍ୟକ୍ରମ ମଧ୍ୟରେ ଫ୍ଳାଇଂ ସ୍କ୍ୱାର୍ଡ ତୀକ୍ଷ୍ଣ ନଜର ରହିଛି ବାହାର ରାଜ୍ୟରୁ ନିର୍ବାଚନରେ ଖର୍ଚ୍ଚ ହେବାକୁ ଆସୁଥିବା ଟଙ୍କା ଉପରେ । ଗତକାଲି ବରଗଡ଼ ଜିଲ୍ଲା ବରାପାଲିରୁ ପରାଗ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ କାର୍‌ରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ଫ୍ଳାଇଂ ସ୍କ୍ୱାର୍ଡ ।

ସୂଚନା ଅନୁଯାୟୀ, ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍ପର ହେଇଉଠିଛି ଫ୍ଳାଇଂ ସ୍କ୍ୱାର୍ଡ । ଆରମ୍ଭ ହେଲାଣି କଡାକଡି ଯଞ୍ଚ । ଗତକାଲି ଏହି ଯାଞ୍ଚ ସମୟରେ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବଗବାହାଡ଼ା ଅଞ୍ଚଳର ପରାଗ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ କାର୍‌ରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ପୋଲିସ ଆଗରେ ସେ ନିଜକୁ ଏକ ବ୍ୟବସାୟୀ ପୋଲି ପରିଚୟ ଦେଇଥିଲେ । ଏବଂ ସେ ଏହି ପଇସା ତାଙ୍କ ବ୍ୟବସାୟ ପାଇଁ ଆଣିଥିବା କହିଥିଲେ । ଗତ ରାତିରେ ବଲାଙ୍ଗିର ସୀମାରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବରପାଲି ବିଡିଓ ଓ ଫ୍ଳାଇଂ ସ୍କ୍ୱାର୍ଡ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ ପରାଗ ଗାଡିରୁ ଏହି ଟଙ୍କା ଜବତ କରିବା ପରେ ଆୟକର ବିଭାଗ ଏହାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।

Leave a comment