ଲଭ୍ ଜିହାଦ ବାଲା ନସୁଧିରିଲେ ଆରମ୍ଭ ହେବ ‘ରାମ ନାମ ସତ୍ୟ ହୈ’ ଯାତ୍ରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିବାହ ପାଇଁ ଧର୍ମାନ୍ତରଣ ସ୍ୱୀକାରଯୋଗ୍ୟ ନୁହେଁ ବୋଲି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ ଅଲଗା ରହିଥାଏ, ଏହାର ବିବାହ ସହ କୌଣସି ସମ୍ପର୍କ ନଥାଏ ବୋଲି ମଧ୍ୟ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଏହି ରାୟ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‘ଲଭ୍ ଜିହାଦ’ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଲଭ ଜିହାଦ ରୋକିବା ପାଇଁ ନୂଆ ଆଇନ୍ ତିଆରି ହେବ ବୋଲି ସେ କହିଛନ୍ତି। ଏଥିସହ ସେ ଚେତାବନୀ ଦେଇ କହିଛନ୍ତି ଯେ, ନିଜ ପରିଚୟ ଲୁଚାଇ ଆମ ଭଉଣୀର ସମ୍ମାନ ସହ ଖେଳୁଥିବା ଲୋକ ସୁଧୁରିଯାଆନ୍ତୁ। ନହେଲେ ଆଗକୁ ‘ରାମ ନାମ ସତ୍ୟ ହୈ’ ଯାତ୍ରା ଆରମ୍ଭ ହେବ ବୋଲି ଜୌନପୁରର ଏକ ଜନସଭାରେ ସମ୍ବୋଧନ କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଏଭଳି ବୟାନ ଦେଇଛନ୍ତି।