ମଦର ହ୍ୟାଙ୍ଗଓଭର କମିବା ପାଇଁ ଚାଁହୁଥିଲେ, ଏହି ଘରୋଇ ନୁସ୍କା ବ୍ୟବହାର କରନ୍ତୁ

0

ବର୍ତ୍ତମାନ ବିବାହ ସିଜିନ ଚାଲିଛି। ପ୍ରତ୍ୟେକ ମାସରେ କୌଣସି ନା କୌଣସି ପାର୍ଟିରେ ଯୋଗ ଦେବାକୁ ପଡ଼ିଥାଏ। ସେହିଭଳି ଭାବେ ପାର୍ଟିରେ ମଦ୍ୟପାନ ହାର ମଧ୍ୟ ବଢ଼ିବାରେ ଲାଗିଛି। କିଛି ଲୋକ ଏତେ ମଦ୍ୟପାନ କରିଥାନ୍ତି ଯେ ହ୍ୟାଙ୍ଗଓଭର ଶୀଘ୍ର ଯାଇ ନଥାଏ। ଯାହା ଦ୍ୱାରା ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ଅସୁସ୍ଥ ଅନୁଭବ କରାଇଥାଏ।

ହ୍ୟାଙ୍ଗଓଭର ଦ୍ୱାରା ମୁଣ୍ଡ ବ୍ୟଥା, ଆଖି ତଳେ କଳା ପଡ଼ିବା, ମାଂସପେଶି ବ୍ୟଥା, ଅଧିକ ଶୋଷ ଲାଗିବା ଓ ବିପି ବଢ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ମାନସିକ ସ୍ଥରରେ ମଧ୍ୟ ଅନେକ ସମସ୍ୟା ଦେଖାଯାଇଥାଏ। ଏଭଳି ସ୍ଥିତିରେ ଯଦି ଆପଣ ମଦ ନିଶା ଛଡ଼ାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ ଘରୋଇ ଉପାୟ ଆପଣାଇ ପାରିବେ।

ଲେମ୍ବୁ:ମଦ୍ୟପାନରୁ ହ୍ୟାଙ୍ଗଓଭର ଛଡ଼ାଇବା ପାଇଁ ଲେମ୍ବୁ ପାଣି ବହୁତ ସାହାଯ୍ୟକାରୀ ହୋଇଥାଏ। ଲେମ୍ବୁ ଚା’ ପିଇ ମଧ୍ୟ ହ୍ୟାଙ୍ଗଓଭରକୁ ଦୂର କରିପାରିବେ। ଏହା ତତକ୍ଷଣାତ୍ ଆରାମ ଦିଏ। ଏକ ଗ୍ଲାସ ଥଣ୍ଡା ପାଣିରେ ଲେମ୍ବୁ ରସ ମିଶାଇଲେ ନିଶା ଦୂର ହୁଏ।

ଅଦା:ଅସ୍ଥିରତାକୁ ଦୂର କରିବାର ଔଷଧୀୟ ଗୁଣ ଅଦାରେ ମିଳିଥାଏ। ମଦ ନିଶା ଛଡ଼ାଇବାକୁ ଏହା ମଧ୍ୟ ବହୁତ ଖୁବ ଉପଯୋଗୀ ହୋଇଥାଏ। ଅଦା ମଦକୁ ଭଲ ଭାବରେ ହଜମ କରିଥାଏ, ଯେଉଁ କାରଣରୁ ହ୍ୟାଙ୍ଗଓଭର ଚାଲିଯାଏ।

ପୁଦିନା:ଗରମ ପାଣିରେ ପୁଦିନାର ୩ରୁ ୪ ଟି ପତର ପକାଇ ପିଇଲେ ନିଶା ଛାଡ଼ି ଯାଇଥାଏ। ଏହାର ବ୍ୟବହାର ଦ୍ୱାରା ପେଟର ଏୟର ଡିସଅର୍ଡର ହୋଇଥାଏ ଯାହା ଆରମ ଦେଇଥାଏ। ହ୍ୟାଙ୍ଗଓଭର ଛଡ଼ାଇବା ପାଇଁ ପୁଦିନା ସବୁଠାରୁ ସରଳ ଉପାୟ।

ମହୁ:ମଦ୍ୟପାନର ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରିଥାଏ ମହୁ। ଏଥିରେ ମେଟାବୋଲିଜିମ୍ ତ୍ୱରାନ୍ୱିତ କରିବାର କ୍ଷମତା ରହିଛି, ଫଳରେ ମଦ୍ୟପାନ ସହଜରେ ହଜମ ହୁଏ ଏବଂ ହ୍ୟାଙ୍ଗଓଭରରୁ ମୁକ୍ତି ମିଳିଥାଏ ।

ଫଳ:ହ୍ୟାଙ୍ଗଓଭର ଦୂର କରିବା ପାଇଁ ଫଳ ଖୁବ ଫାଇଦା ଦେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆପଲ୍ ଓ କଦଳୀ ମଦ ନିଶାକୁ ଦୂର କରିବା ସାହାଯ୍ୟ କରିଥାଏ। ମୁଣ୍ଡ ବ୍ୟଥା ହେଉଥିଲେ ଆପଲ୍ ଫାଇଦା ଦେଇଥାଏ। କଦଳୀ ଖାଇବା ଦ୍ୱାରା ହ୍ୟାଙ୍ଗଓଭର ଶୀଘ୍ର ଛାଡ଼ି ଯାଇଥାଏ।

Leave a comment