ମନୀଷ ସିସୋଦିଆ ଗିରଫ

0

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ସିବିଆଇ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟ୍‌ଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତଦନ୍ତକାରୀ ସଂସ୍ଥା ଶେଷରେ ତାଙ୍କୁ ଗିରଫ କରିଛି।

ସିବିଆଇ ଅଫିସ୍‌ ଯିବା ପୂର୍ବରୁ ସିସୋଦିଆ ନିଜ ମା’ଙ୍କ ଆଶୀର୍ବାଦ ନେଇଥିଲେ ଏବଂ ରାଜଘାଟ ପହଞ୍ଚିଥିଲେ। ଏଠାରେ ସିସୋଦିଆ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରିଥିଲେ। ଘରୁ ବାହାରିବା ସମୟରେ ସେ ହସି ହସି ବିଜୟର ସଙ୍କେତ ଦେଖାଇଥିଲେ। ସିବିଆଇ ସିସୋଦିଆଙ୍କୁ ପ୍ରଶ୍ନ ପଚାରିବା ପାଇଁ ପ୍ରଶ୍ନଗୁଡ଼ିକର ଏକ ଡିଟେଲ୍‌ ସେଟ୍‌ ପ୍ରସ୍ତୁତ କରିଥିଲା। ସିବିଆଇ ମୁଖ୍ୟାଳୟ ଆଖାପାଖରେ ପୋଲିସ ୧୪୪ ଧାରା ଲାଗୁ କରିଥିଲା।

Leave a comment