ସେନାବାହିନୀରେ ଯୋଗ ଦେବେ ପୁଲ୍‌ଓ୍ଵାମା ଆକ୍ରମଣରେ ଜମ୍ମୁ ଓ କଶ୍ମୀର ଅଭିଯାନରେ ସହିଦ ହୋଇଥିବା ମେଜର୍‌ଙ୍କ ପତ୍ନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସହିଦ ମେଜର୍‌ ବିଭୁତି ଧୌନ୍ଦିୟାଲ୍‌ଙ୍କ ବିଧବା ପତ୍ନୀ ନୀତିକା କୌଲ୍‌ ଭାରତୀୟ ସେନା ବାହିନୀର ବୈଷୟିକ ବିଭାଗରେ ଯୋଗ ଦେବେ। ପୁଲ୍‌ଓ୍ଵାମା ଆକ୍ରମଣ ପରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ସାମରିକ ଅଭିଯାନ ସମୟରେ ମେଜର୍‌ ବିଭୁତି ସହିଦ ହୋଇଥିଲେ। ତାଙ୍କ ବିଧବା ପତ୍ନୀ ୨୬ ବର୍ଷୀୟ କୌଲ ସମ୍ପ୍ରତି ନଇଡ଼ାର ଏକ ସଫ୍‌ଟ୍‌େଓ୍ଵର୍‌ କମ୍ପାନିରେ କାର୍ଯ୍ୟରତ। ସେ ସେନାବାହିନୀର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଚେନ୍ନାଇସ୍ଥିତ ‘ଅଫିସର୍ସ ଟ୍ରେନିଙ୍ଗ୍‌ ଏକାଡେମି’ରୁ ତାଙ୍କ ନିକଟକୁ କଲ୍‌ ଲେଟର୍‌ ଆସିଛି। ସାମରିକ ଅଭିଯାନ ସମୟରେ ତାଙ୍କ ସ୍ୱାମୀ ସହିଦ ହୋଇଥିବାରୁ ରିକ୍ରୁଇଟ୍‌ମେଣ୍ଟ୍‌ ପରୀକ୍ଷା ଦେବା ନିମନ୍ତେ ତାଙ୍କ ଲାଗି ବୟସ ସୀମା କୋହଳ କରାଯାଇଥିଲା। କୌଲ୍‌ ହେଉଛନ୍ତି ମୂଳତଃ ଜଣେ କଶ୍ମୀର ପଣ୍ଡିତ। ୧୯୯୦ ଦଶକରେ ସେ ଯାଇ ଦିଲ୍ଲୀରେ ବସବାସ କରୁଥିଲେ। ସେନା ବାହିନୀରେ ଯୋଗ ଦେବାକୁ ଶାଶୂ ସରୋଜ ଧୌନ୍ଦିୟାଲ୍‌ ତାଙ୍କୁ ପ୍ରେରଣା ଦେଇଛନ୍ତି ବୋଲି ସେ କହିଛନ୍ତି। ତାଙ୍କ ଶାଶୂ ସରୋଜ କହନ୍ତି ବୋହୂ ପାଇଁ ସେ ଖୁବ୍‌ ଆନନ୍ଦିତା। ସେ ଜଣେ ସାହସିନୀ ଝିଅ। ଆମ ନିଜ ଝିଅ ଭଳି ଆମର ଦେଖାଶୁଣା କରୁଛି। ତା’ର ନିଜ ପିତାମାତାଙ୍କ ଠାରୁ ସେ ଆମକୁ ଶ୍ରେଷ୍ଠ ବୋଲି ବିଚାର କରେ।

Leave a comment