ଘୁଞ୍ଚି ଘୁଞ୍ଚି ଯାଉଛି ରାଜ୍ୟ ବିଜେପିର ସଭାପତି ଚୟନ ପ୍ରକ୍ରିୟା, ମହିଳା ଧରିବେକି ମଙ୍ଗ ?

0

ଓଡିଶା ଫାଷ୍ଟ ( ବ୍ୟୁରୋ) : ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି କିଏ ହେବ ସେ ଅଙ୍କ ଛିଣ୍ଡୁ ନାହିଁ I ଘୁଞ୍ଚି ଘୁଞ୍ଚି ଯାଉଛି ସଭାପତି ଚୟନ ପ୍ରକ୍ରିୟା I ଡିସେମ୍ବର ଯାଇ ଜାନୁଆରୀ ଅଧା ହେଲାଣି,  ତଥାପି ନୂଆ ସଭାପତି ନାଁ ଘୋଷଣା ହୋଇପାରୁ ନାହିଁ I ବିଜେପି ନେତା ସମୀର ମହାନ୍ତି , ପୃଥ୍ୱୀରାଜ ହରିଚନ୍ଦନ , କନକବର୍ଦ୍ଧନ ସିଂହ ଦେଓଙ୍କୁ ନେଇ ଦଳ ଭିତରେ ଟଣାଓଟରା ଚାଲିଥିବାବେଳେ ତେବେ ଏସବୁ ରେସରେ ମହିଳା ନେତ୍ରୀଙ୍କ ନାଁ ଯୋଡି ହେଇଯାଇଛି I ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ , ପ୍ରଭାତୀ ପରିଡା , ସୁରମା ପାଢ଼ୀଙ୍କ ନାଁ ବି ଚର୍ଚ୍ଚା ହେଲାଣି I

ସହମତି ନା ନିର୍ବାଚନରେ ସଭାପତି ବଛା ଯିବ ସେ ଦ୍ଵନ୍ଦ ମଧ୍ୟ ଲାଗି ରହିଛି I ଇତି ମଧ୍ୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡିଶା ଗସ୍ତ କରି ନିର୍ବାଚନ ପ୍ରକ୍ରିୟା ନେଇ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିଛି I ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଗୋଟେ ପଟେ ଥିବାବେଳେ ଅନ୍ୟପଟେ ବୈଜୟନ୍ତ ପଣ୍ଡା , ଅପରାଜିତା ଷଡ଼ଙ୍ଗୀ ,କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୋଟେ ପଟେ ରହିଛନ୍ତି I ତେଣୁ ଏ ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ଲୋକଙ୍କୁ ସଭାପତି କରିବା ପାଇଁ ଚାହୁଁ ଥିବାରୁ ସଭାପତି ଚୟନ ହୋଇପାରୁନାହିଁ I

ସେହିପରି  ଅପରାଜିତା ଷଡଙ୍ଗୀଙ୍କ ‘ୟୁଥ ଫର୍‌ ଆକ୍ସନ’ ଓଡ଼ିଶାରେ ବିଜେପିର ସ୍ଥିତିକୁ ମଜଭୁତ କରିବାର ନୂଆ ରଣନୀତି ବୋଲି କୁହାଯାଉଛି। ସାଂସଦ ଅପରାଜିତାଙ୍କ ପୃଷ୍ଠପୋଷକତାରେ ଆୟୋଜିତ ‘ୟୁଥ୍‌ ଫର ଆକ୍ସନ’ର ରାଜ୍ୟ ସ୍ତରୀୟ ସମ୍ମିଳନୀରେ ୨୫ ଜିଲାର ୫ ହଜାର ଯୁବତୀଯୁବକଙ୍କ ଅଂଶଗ୍ରହଣ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ତେଣୁ ଯଦି ଉପରସ୍ଥରରୁ ଅର୍ଡର ଆସେ ରାଜ୍ୟ ବିଜେପିର ମଙ୍ଗ ଅପରାଜିତା ଧରି ପାରନ୍ତି । ?

Leave a comment