ସ୍ତ୍ରୀ ଲୋଡ଼ା ମାତ୍ର ଝିଅ ଅଲୋଡ଼ା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଡ ବିଚିତ୍ର ଏ ଦୁନିଆ। ଯେଉଁଠି ଦୁର୍ଗା,ଲକ୍ଷ୍ମୀ,କାଳୀ ଙ୍କ ପରି ଅନେକ ନାରୀ ଙ୍କୁ ଶକ୍ତି ରୂପେ ଏଠି ପୂଜା କରୁଥିବା ବେଳେ ନିଜ ଜନ୍ମିତ ଝିଅ ସମସ୍ତଙ୍କ ପାଇଁ ଅଲୋଡ଼ା। ଜଣେ ପୁରୁଷ ନାରୀ ଠାରୁ ଜନ୍ମିତ, ନାରୀର ହାତଧରି ନିଜର ବୈବାହିକ ଜୀବନ ଆରମ୍ଭକରେ ମାତ୍ର ଯେତେବେଳେ ଘରେ ଗୋଟେ ନିରୀହ ଶିଶୁ କନ୍ୟା ଜନ୍ମହୁଏ ତାକୁ ସହଜ ରେ କାହିଁକି ଗ୍ରହଣ କରିପରେନି ସେ। ଏ ହେଉଛି ଆମ ସମାଜରେ ଥିବା ଲୋକଙ୍କର ଚିନ୍ତାଧାରା । ନବଜାତ କନ୍ୟାଟିଏ ସବୁବେଳେ ଅଲୋଡା । କେତେବେଳେ ସେ ବୁଦା ମୂଳରେ ଫୋପଡା ଯାଏ ତ କେତେବେଳେ ସେ ଅଳିଆ ଗାଦରେ,ପୁଣି କେତେକ ନୃଶଂସ ପିତା,ମାତା ତାଙ୍କ କନ୍ୟାକୁ ମାଟିରେ ପୋତି ଦିଅନ୍ତି । ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ।
ଘଟଣା କ୍ରମେ
ବାଲେଶ୍ୱର ଜିଲ୍ଲା ମେଣ୍ଢାଗାଡିଆ ଗାଁର କୈଳାସ ସାହୁ ନିଜର ପ୍ରଥମ ସନ୍ତାନଭାବେ ଏକ କନ୍ୟା ଜନ୍ମ ହୋଇଥିବାରୁ ତାକୁ ନେଇ ରାସ୍ତାକଡରେ ଫୋପାଡି ଦେଇଥିଲେ । ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପିଲାଟିକୁ ମାଆ କୋଳରୁ ଲୁଚାଇ ଆଣି ରାସ୍ତାକଡ ଗଛ ମୂଳରେ ଫୋପାଡି ଦେଇ ଚାଲିଯିବା ପରେ ଗାଁ ଲୋକେ ଦେଖି ଉଦ୍ଧାର କରିବା ସହ ଝିଅଟିର ବାପାକୁ ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
ସରକାରଙ୍କ ପକ୍ଷରୁ ଶିଶୁ କନ୍ୟା ଙ୍କ ସୁରକ୍ଷା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ କରା ଯାଉଥିଲେ ମଧ୍ୟ ଏପରି ଘଟଣାର ଅନ୍ତ ଘଟୁନାହିଁ। ବର୍ତ୍ତମାନ ଝିଅଙ୍କ ସଂଖ୍ୟା ପୁଅଙ୍କ ତୁଳନାରେ ଦ୍ରୁତଗତିରେ କମିବାରେ ଲାଗିଛି। ଯଦି ଆମେ ସମସ୍ତେ ସଚେତନ ନହେବା ତେବେ ସେଦିନ ଦୂର ନୁହେଁ ଯେତେବେଳେ ପୁଅଙ୍କ ପାଇଁ ଆଉ ଝିଅ ମିଳିବେ ନାହିଁ। ଏବେ ଯୌତୁକ ଦେଇ ଝିଅ ର ବାହାଘର ହେଉଛି। ସେତେବେଳେ ଝିଅ ନମିଳିବାରୁ ଯୌତୁକ ଝିଅ ଘରକୁ ଦେଇ ପୁଅ ବହାହେବ ।