ରାସ୍ତା ମଝିରେ ଟ୍ରିପଲ୍ ମର୍ଡର, ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ, ମହିଳା ଓ ଶିଶୁ

0

କଳାହାଣ୍ଡି ଜୁନାଗଡରେ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଶଙ୍କରପଲା ଗାଁରେ ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ କେହି ଫେରାର ହୋଇଯାଇଛନ୍ତି । ମୃତଦେହଗୁଡିକ ରାସ୍ତା ଉପରେ ପଡି ରହିଛି । ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ଏହି ୩ ଜଣଙ୍କୁ କିଏ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ମୃତକଙ୍କୁ ଚିହ୍ନଟ ବି କରାଯାଇଛି ।

Leave a comment