ଏଥର ବିମାନରେ ଯାତ୍ରା କରୁଥିବା ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଡାକ୍ତରୀ ଯାଞ୍ଚ କରାଇବା ବାଧ୍ୟତାମୂଳକ

0

ବିମାନରେ ଯାତ୍ରା କରୁଥିବା ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଏବେ ଡାକ୍ତରୀ ଯାଞ୍ଚ କରାଇବା ବାଧ୍ୟତାମୂଳକ। ଡିଜିସିଏ ପକ୍ଷରୁ ସମସ୍ତ ଏୟାରଲାଇନ୍‌ସକୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ କୌଣସି ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିନା ମେଡିକାଲ ଯାଞ୍ଚ କରି ବିମାନରେ ବସିବାକୁ ଦିଆଯାଇ ପାରିବ ନାହିଁ।

ଯଦି ଏୟାରଲାଇନ୍‌କୁ ଲାଗୁଛି ଯେ ଦିବ୍ୟାଙ୍ଗ ଯାତ୍ରୀ ବିମାନରେ ବସିବା ସ୍ଥିତିରେ ନାହାନ୍ତି ଓ ଉଡ଼ାଣ ବେଳେ ସମସ୍ୟା ଉପୁଜିପାରେ। ତେବେ ଯାତ୍ରୀଙ୍କୁ ବିନା ଡାକ୍ତରୀ ଯାଞ୍ଚରେ ବିମାନରେ ବସାଇ ପାରିବେ ନାହିଁ। ଏ ନେଇ କମ୍ପାନୀକୁ ପ୍ରଥମରୁ ହିଁ ଏୟାରପୋର୍ଟରେ ଥିବା ଡାକ୍ତରଙ୍କ ଠାରୁ ପରାମର୍ଶ ନେବାକୁ ହେବ। ଏହି ଆଧାରରେ ହିଁ ସଠିକ୍‌ ନିଷ୍ପତ୍ତି ନିଆଯାଇପାରିବ।

ଡିଜିସିଏ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଏୟାରଲାଇନ୍‌କୁ ଲାଗୁଛି ଯେ କୌଣସି ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଉଡ଼ାଣ ବେଳେ ଖରାପ ହୋଇପାରେ। ତେବେ ପ୍ରଥମେ ତାଙ୍କୁ ଡାକ୍ତରୀ ଯାଞ୍ଚ କରିବା ଉଚିତ୍‌। ଡାକ୍ତରଙ୍କ ପରାମର୍ଶ ପରେ ହିଁ ସ୍ଥିର କରିବା ଉଚିତ ଯେ ଯାତ୍ରୀ ଉଡ଼ାଣ ଭରିପାରିବେ ନା ନାହିଁ। ଏହି ଆଧାରରେ ହିଁ ଏୟାରଲାଇନ୍‌ କୌଣସି ନିଷ୍ପତ୍ତି ନେବ।

ଯଦି କୌଣସି ଯାତ୍ରୀଙ୍କୁ ଡାକ୍ତର ଉଡ଼ାଣ ଭରିବାକୁ ମନା କରନ୍ତି, ତେବେ ଏୟାରଲାଇନ୍‌କୁ ତତ୍କାଳ ଯାତ୍ରୀଙ୍କୁ ଏ ନେଇ ଲିଖିତ ସୂଚନା ଦେବା ଆବଶ୍ୟକ। ଏଥିସହ ବିମାନରେ ବସିବାକୁ ମନା କରିବାର ସ୍ପଷ୍ଟ କାରଣ ବି କହିବାକୁ ହେବ। ଏହା ପୂର୍ବରୁ ଡିଜିସିଏ ଜୁନ୍‌ରେ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କ ଠାରୁ ପରାମର୍ଶ ମାଗିଥିଲେ। ଜୁଲାଇ ୨ ମଧ୍ୟରେ ଆସିଥିବା ପରାମର୍ଶ ଆଧାରରେ ଏବେ ଡିଜିସିଏ ନୂଆ ନିୟମ ଜାରି କରିଛି।

Leave a comment