ବ୍ରିଟେନରେ ବଢୁଛି ସଂକ୍ରମଣ : ତୃତୀୟ ଲହର ଆଶଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରିଟେନରେ ଟୀକାକରଣ ସତ୍ୱେ ଥମୁନି ସଂକ୍ରମଣ। ତୃତୀୟ ଲହର ଆସୁଥିବା ଆଶଙ୍କା କରା ଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ବିଶ୍ୱର ଅନେକ ଦେଶକୁ କରୋନା ତୃତୀୟ ଲହର ଆସି ଗଲାଣି। ଏବେ ଏଥିରୁ ବ୍ରିଟେବି ବାଦ ଯିବନି। କରୋନାର ଏହି ଲହର ବି.୧.୬୧୭.୨ ଭାରିଏଣ୍ଟ ଲାଗି ଆସୁଥିବା ଓ ଏଥିଯୋଗୁ ବିପଦଜନକ ପରିସ୍ଥିତି ଉପୁଜିପାରେ ବୋଲି ବିଶେଷଜ୍ଞ କହୁଛନ୍ତି।
ତେବେ ସବୁଠୁ ଚିନ୍ତାର ବିଷୟ ଯାହା ତାହା ହେଉଛି ଟିକା। ବ୍ରିଟେନରେ ଏକ ବିଶାଳ ଜନସଂଖ୍ୟା ଟିକା ନେଇସାରିଛି। ହେଲେ ବି ଦେଶକୁ ତୃତୀୟ ଲହର ଆସୁଛି। ଦେଶରେ ୩.୮ କୋଟି ଲୋକେ ପ୍ରଥମ ଡୋଜ ଟିକା ନେଇ ସାରିଥିବା ବେଳେ୨.୫କୋଟି ଲୋକଙ୍କ ଦ୍ୱିତୀୟ ଡୋଜ ନେଇଛନ୍ତି। ତଥାପି ଲୋକେ ସଂକ୍ରମିତ ହେଉଛନ୍ତି।