ଜୁଲାଇ ୨୩ରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ

0

ଜୁଲାଇ ୨୩ରେ ଆସିବ ମୋଦୀ ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ। ଲୋକସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶନିବାର ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।ସେ କହିଛନ୍ତି ରାଷ୍ଟ୍ରପତି ଭାରତ ସରକାରଙ୍କ ସୁପାରିଶ କ୍ରମେ ୨୦୨୪ ଜୁଲାଇ ୨୨ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବଜେଟ ଅଧିବେଶନ ମଞ୍ଜୁରୀ ଦେଇଛନ୍ତି। ଜୁଲାଇ ୨୩ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ ହେବ।

ତେବେ ଏହା ଷଷ୍ଠ ଥର ଯେତେବେଳେ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ସେ ଏପର୍ଯ୍ୟନ୍ତ ଅନ୍ତରୀଣ ବଜେଟ ସହ ଛଅ ବଜେଟ ଉପସ୍ଥାପିତ କରିସାରିଛନ୍ତି। ଆଉ ଜୁଲାଇରେ ଆସିବାକୁ ଥିବା ବଜେଟ ତାଙ୍କର ୭ମ ବଜେଟ ଉପସ୍ଥାପନ ହେବ। ଏହା ସହ ସେ ସବୁଠୁ ଅଧିକ ଥର ବଜେଟ ପ୍ରସ୍ତୁତ କରିଥିବା ଅର୍ଥମନ୍ତ୍ରୀ ଭାବରେ ମୋରାଜି ଦେସାଇଙ୍କ ରେକର୍ଡ ମଧ୍ୟ ଭାଙ୍ଗିବେ।

Leave a comment