ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ମାଫିଆ ଡନ୍‌ ଅତିକ ଅହମ୍ମଦ

0

୧୭ ବର୍ଷ ପୁରୁଣା ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲଏ କୋର୍ଟ ରାୟ ଦେଇଛନ୍ତି । ସେସନ୍ କୋର୍ଟ ବାହୁବଳୀ ଅତିକ ଅହମ୍ମଦର ଭାଇ ଅଶରଫ୍‌ଙ୍କ ସହିତ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ୧୧ ଜଣ ଅଭିଯୁକ୍ତ ଥିଲେ। ତାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇସାରିଛି।

କୋର୍ଟ ଅଳ୍ପ ସମୟ ଭିତରେ ସଜା ଶୁଣାଇବେ। ଏହା ପୂର୍ବରୁ ସୋମବାର ଅତିକ ଅହମ୍ମଦକୁ ଗୁଜୁରାଟର ସାବରମତି ଜେଲ୍‌ରୁ ପ୍ରୟାଗରାଜ ଅଣାଯାଇଥିଲା। ଅତିକର ଭାଇ ଅଶରଫ୍‌କୁ ବରେଲିରୁ ପ୍ରୟାଗରାଜ ଏବଂ ଅନ୍ୟ ଏକ ଅଭିଯୁକ୍ତ ଫରହାନକୁ ମଧ୍ୟ ପ୍ରୟାଗରାଜ ଅଣାଯାଇଥିଲା।

ଉଲ୍ଲେଖନୀୟ ଯେ,ଗତ ଫେବୃୟାରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଉମେଶ ଗାଡ଼ିରୁ ଓହ୍ଲାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉମେଶ ଓ ତାଙ୍କ ଗନ୍‌ମ୍ୟାନ୍‌ଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୋଲିସ୍‌ । ସାବରମତି ଜେଲ୍‌ରେ ବନ୍ଦୀ ଥିବା ଅତିକ ଅହମ୍ମଦ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କରିଥିବା ପୋଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା। ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଥିଲା ଅତିକ ଅହମ୍ମଦ । ଉମେଶ ପାଲ ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ।

ଅତିକ ୧୭ ବର୍ଷ ପୂର୍ବେ ୨୮ ଫେବୃଆରୀ ୨୦୦୭ ରେ ଅଶରଫ୍ ଓ ତାଙ୍କ ଗୋଷ୍ଠୀ ଉମେଶ ପାଲ୍‌ଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ନିଜର ଅଫିସ ନିଆଯାଇ ଅତ୍ୟାଚାର କରାଯାଇଥିଲା ଓ ପରେ ବଳପୂର୍ବକ ସତ୍ୟପାଠ ଦେଇ ସାକ୍ଷୀ ବଦଳାଇ ଦେଇଥିଲେ। ଆଜି ଉମେଶ ପାଲଙ୍କ ସହିତ ଅତିକ କରିଥିବା ଅପରାଧର ନ୍ୟାୟ ମିଳିଛି। ଏମ୍‌ପି-ଏମ୍‌ଏଲଏ ସେଶନ୍ କୋର୍ଟ ଅତୀକ ଅଶରଫ୍ ସହିତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛି। ଏବେ ତାଙ୍କୁ ସଜା ଶୁଣାଯିବ। ଉଲ୍ଲେଖଯୋଗ୍ୟ, ଅତିକ ନାମରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଛି। ନି‌କଟରେ ହୋଇଥିବା ଉମେଶ ପାଲ ହତ୍ୟା ମାମଲା ବି ଏଥିରେ ସାମିଲ ରହିଛି। ୨୦୦୫ ମସିହାରେ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଉମେଶ ପାଲ ଜଣେ ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ ଥିଲେ।

Leave a comment