ସ୍ତ୍ରୀକୁ ୫ ଖଣ୍ଡ ହତ୍ୟା କରି ପାଣିଟାଙ୍କିରେ ପକାଇଦେଲା ସ୍ୱାମୀ
ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ୫ ଖଣ୍ଡ କରି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଛତିଶଗଡର ବିଳାସପୁରେ ଘଟିଛି । ସ୍ତ୍ରୀକୁ ୫ ଖଣ୍ଡ କରି କାଟିବା ପରେ ପାଣିଟାଙ୍କିରେ ପକାଇଥିଲା ଅଭିଯୁକ୍ତ ସ୍ୱାମୀ । ପବନ ଠାକୁର ନାମକ ଯୁବକ ପତ୍ନୀକୁ ହତ୍ୟା କରିବା ପରେ ଛାତରେ ଥିବା ପାଣି ଟାଙ୍କିରେ ପକାଇଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ପୋଲିସ ମୃତଦେହକୁ ପାଣିଟାଙ୍କିରୁ ଉଦ୍ଧାର କରିଛି । ଆଉ ମୃତଦେହଟି ଆନୁମାନିକ ୧ ମାସ ପୂର୍ବରୁ ପାଣି ଟାଙ୍କିରେ ପଡିଥିବା ପୋଲିସ ସନ୍ଦେହ କରୁଛି । ଯୁବକ ଜଣକ ତଖତପୁରର ମୂଳନିବାସୀ ।
ସେ ସୀତା ସାହୁ ନାମକ ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଏହାପରେ ସୀତା ଉଲାସପୁରରେ ଭଡା ଘର ନେଇ ରହୁଥିଲେ । ତେବେ ପତ୍ନୀ ଅନ୍ୟ କାହା ସହିତ ସଂପର୍କ ରଖିବା ସନ୍ଦେହରେ ଝଗଡା କରିବା ପରେ ହତ୍ୟା କରିଥିଲା ପବନ ।
ପବନ ଯେଉଁ ଘରେ ରହୁଥିଲା, ସେଠିକାର ଲୋକେ ତାର ଗତିବିଧିକୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଯାହାପରେ ସବୁ ସତ ସାମ୍ନାକୁ ଆସିଥିଲା ।
ସୂଚନାଯୋଗ୍ୟ, ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ ପରେ ମୁମ୍ବାଇରେ ମଧ୍ୟ ନିକ୍କି ଯାଦବ ହତ୍ୟାକାଣ୍ଡ ହୋଇଥିଲା। ଦୁହିଁଙ୍କୁ ପ୍ରେମିକ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଶ୍ରଦ୍ଧାର ପ୍ରେମିକ ଆଫତାବ ଏବଂ ନିକ୍କିର ପ୍ରେମିକ ସାହିଲଙ୍କୁ ପୋଲିସ ଗିରଫ କରି ହାଜତରେ ରଖିଛି ।