ଭୁବନେଶ୍ୱରରେ ପହଂଚିଲା ଓଡିଆ ସହିଦ ଯବାନଙ୍କ ପାର୍ଥିବ ଶରୀର

0

ଓଡିଆ ସହିଦ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଂଚିଲା । ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପାର୍ଥିବ ଶରୀର ବିମାନରେ ଆସିଲା । ଛତିଶଗଡ କାଙ୍କେର ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିଲେ ଯବାନ ଜଣକ । ସହିଦ ଯବାନଙ୍କ ଘର ବାଲେଶ୍ୱରର ବାହାନଗା ବ୍ଲକ ଗୋପାଳପୁରରେ ହୋଇଥିବା ସୂଚନା ରହିଛି ।

ଖବର ମୁତାବକ, ଛତିଶଗଡ଼ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କାର୍ଯ୍ୟରତ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ । ପ୍ରକାଶ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍‌ରେ କାର୍ଯ୍ୟ କରୁଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ଭୋଟ୍‌ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଥିଲେ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଛିଡ଼ିଯାଇଥିବା ଦୁଇ ଗୋଡ଼ର ଅସ୍ତ୍ରୋପଚାର କରାଯାଉଥିବା ବେଳେ ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଭାଇ ସୁବାସ ଚନ୍ଦ୍ର ଶିଅଳ ସୂଚନା ଦେଇଥିଲେ । ଏନେଇ ଖବର ପ୍ରଚାରିତ ହେବା ପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ବର ତଥା ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି।

Leave a comment