ବାହାନଗା ଟ୍ରେନ୍ ଟ୍ରାଜେଡି; ୭ ରେଳବାଇ ଅଧିକାରୀ ନିଲମ୍ବିତ

0

ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରେଳବାଇ। ୭ ରେଳବାଇ ଅଧିକାରୀ ହେଲେ ବିଦା। ଗିରଫ ୩ ଅଧିକାରୀଙ୍କ ସହ ୭ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ଜୋରଦାର୍‌ ତନାଘନା କରୁଛି । ଦୁର୍ଘଟଣା ପାଇଁ ଦାୟୀ ଥିବା ଅଭିଯୋଗରେ ଗତ ଶୁକ୍ରବାର ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା । ୩ ଜଣଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେଇଛି ସିବିଆଇ। ପୂର୍ବରୁ ସିବିଆଇ ଏହି ୩ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ମଙ୍ଗଳବାର ରିମାଣ୍ଡ ଅବଧି ସରିଥିଲା। କୋର୍ଟରେ ହାଜର ପରେ ପୁଣି ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ଯାହାକୁ ଅଭିଯୁକ୍ତଙ୍କ ଓକିଲ ପ୍ରତିବାଦ କରିଥିଲେ ।

ସୂଚନା ମୁତାବକ, ଗତ ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ ।

Leave a comment