ଅଳ୍ପକେ ବର୍ତ୍ତିଲେ ଇମ୍ରାନ ଖାନ

0

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଶନିବାର ଇମ୍ରାନ୍ ଏକ ବିମାନରେ ଯାଉଥିବାବେଳେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା।

ଜରୁରୀକାଳୀନ ଅବତରଣ ପାଇଁ କଣ୍ଟ୍ରୋଲ ଟାୱାର ସହିତ ଯୋଗାଯୋଗ କରିବା ପରେ ପାଇଲଟ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।

ରିପୋର୍ଟ ଅନୁଯାୟୀ, ଇମ୍ରାନ୍ ଖାନ୍ ଚକ୍ଲାଲାରୁ ଗୁଜରାନୱାଲାକୁ ଏକ ରାଲି ପାଇଁ ଯାତ୍ରା କରୁଥିଲେ। ବିମାନ ଜରୁରୀକାଳୀନ ଅବତରଣ ପରେ ସେ ତାଙ୍କ ରାଲି ପାଇଁ ସଡକପଥରେ ଗୁଜରାନୱାଲା ଯାତ୍ରା କରିଥିଲେ ।

Leave a comment