କୋର୍ଟ ଆଦେଶ ଅବମାନନା ଅଭିଯୋଗ, ରି-ପିଟିସନ ଦାଖଲ କଲେ ତପସ୍ୱିନୀ
ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ୍ ଓ ତପସ୍ବିନୀଙ୍କ ସହ ସମ୍ପର୍କ ଘଟଣା । ଉଭୟ ଏକତ୍ରିତ ଭାବେ ଘରଭଡା କରି ରହିବା ପାଇଁ ଏସଡିଜେଏମ୍ କୋର୍ଟ ଆଦେଶ ଦେଇଥିଲେ । ହେଲେ ଗତ ୪ ଦିନ ହେଲା ଡାକ୍ତର ସୁମିତ୍ ତପସ୍ୱିନୀଙ୍କୁ ଏକାକୀ ଛାଡି କୁଆଡେ ଚାଲି ଯାଇଛନ୍ତି । ଯାହାକି କୋର୍ଟ ଆଦେଶକୁ ଅବମାନନା କରିବା ଅଭିଯୋଗ ହୋଇଛି । ରିପିଟିସନ୍ ଦାଖଲ କରିବାକୁ ତପସ୍ୱିନୀ ଓକିଲଙ୍କ ସହ ମିଶି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଞ୍ଚିଥିଲେ ।