ଚାନ୍ଦିପୁରରେ ମିସାଇଲ ‘ SMART ‘ର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ସୋମବାର ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପିଡୋ(SMART)ର ସଫଳ ପରୀକ୍ଷଣ କରିଛି। ବୁଡାଜାହାଜ ନିରୋଧୀ ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଛି। ଏହା ପାରମ୍ପରିକ ଟରପିଡୋର କ୍ଷମତାଠୁ ଅଧିକ ରହିଛି।
ଡିଆରଡିଓ ଅନୁଯାୟୀ, ମିସାଇଲ ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହୋଇଛି। ଏହି ଉନ୍ନତ ମିସାଇଲ ପ୍ରଣାଳୀ ପାଇଁ ଡିଆରଡିଓର ଅନେକ ପ୍ରୟୋଗଶାଳା ବିଭିନ୍ନ ପ୍ରଦୌଗିକିର ବିକଶିତ କରିଛି। ନୌସେନାକୁ ଶୀଘ୍ର ଏହି ମିସାଇଲ ମିଳିପାରେ।
କଣ ଏହି ସ୍ମାର୍ଟ ମିସାଇଲ
ଏହା ଏକ ପ୍ରକାରର ସୁପରସୋନିକ ଜାହାଜ ନିରୋଧୀ କ୍ଷେପଣାସ୍ତ୍ର। ଏଥିରେ ଏକ କିଲୋରୁ କମ ଓଜନର ଟରପିଡୋ ଲାଗିଛି, ଯାହା ପେଲୋଡ୍ ପରି ବ୍ୟବହାର ହୋଇଥାଏ। ଉଭୟ ମିଶି ଏହାକୁ ଏକ ସୁପରସୋନିକ ଆଣ୍ଟି ସବମରିନ ମିସାଇଲରେ ପରିଣତ କରିଥାଏ। ଏହାର ବୁଡାଜାହାଜକୁ ନଷ୍ଟ କରିବାର କ୍ଷମତା ରହିଛି। ସଂପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ କିଲୋମିଟର ହେବ।
ଏହି ଗୁରୁତ୍ଵପୂର୍ଣ୍ଣ ପରୀକ୍ଷଣର ଦୁଇ ଦିନ ପୂର୍ବରୁ ଡିଆରଡିଓ ଏବଂ ବାୟୁସେନା ସ୍ଵଦେଶରେ ନିର୍ମିତ ତଥା ବିକଶିତ ଟ୍ୟାଙ୍କ ନିରୋଧୀ ମିସାଇସଲର ସଫଳ ପରୀକ୍ଷଣ କରିଥିଲା। ଏହି ପରୀକ୍ଷଣ ପୋଖରାନ ରେଞ୍ଜରୁ ହୋଇଥିଲା। ଏହି ମିସାଇଲର ବିଶେଷତ୍ଵ ଏହାକୁ ହେଲିକପ୍ଟରରୁ ନିକ୍ଷେପ କରାଯାଇ ପାରିବ।