ଭୁବନେଶ୍ବର ତହସିଲ୍ ଅଫିସ୍ ସିଲ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର ତହସିଲ୍ ଅଫିସ୍ ସିଲ୍ ହେଲା। ଲାଗାତାର ଭାବେ ତହସିଲ୍ ଅଫିସ୍ ରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହାସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ସିଲ୍ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଅଫିସକୁ ସିଲ୍ କରିଛି ବିଏମ୍ସି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଏହି ଅଫିସ୍ ମଧ୍ୟକୁ ଯାଇପାରିବେ ନାହିଁ । ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ଅଫିସର ୪ ଜଣ, ତହସିଲ ଅଫିସର ୩ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ।