ଖୋଲିଲା ଶିରିଡ଼ି ସାଇ ମନ୍ଦିର : ଏହିସବୁ ନିୟମ ମାନିବାକୁ ହେବ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ସୋମବାରଠାରୁ ମହାରାଷ୍ଟ୍ରରେ ଶିରିଡ଼ି ସାଇ ଏବଂ ସିଦ୍ଧି ବିନାୟକ ସମେତ ସମସ୍ତ ଧାର୍ମିକ ସ୍ଥଳ ପୁଣିଥରେ ଖୋଲିଛି। ଶିରିଡ଼ି ସାଇ ମନ୍ଦିରକୁ ଦୈନିକ ୬ହଜାର ଶ୍ରଦ୍ଧାଳୁ ଆସିବେ ବୋଲି ନିୟମ ଧାର୍ଯ୍ୟ ହୋଇଛି। ଦର୍ଶନ ପାଇଁ ଅନଲାଇନ୍ ପଞ୍ଜିକରଣ କରିବାକୁ ହେବ। ଏହାଛଡ଼ା ୬୫ରୁ ଊଦ୍ଧ୍ୱର୍ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଶିଶୁ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଧାର୍ମିକସ୍ଥଳ ପରିଦର୍ଶନ ପାଇଁ ମନା କରାଯାଇଛି।
ସେହିପରି ରବିବାର ସନ୍ଧ୍ୟାରୁ ଖୋଲିଛି କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର। ତେବେ ସୋମବାରଠାରୁ ଶ୍ରଦ୍ଧାଳୁମାନେ କୋଭିଡ୍ ନିୟମ ପାଳନ କରି ମନ୍ଦିର ଦର୍ଶନ କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭକ୍ତମାନଙ୍କୁ ଅନଲାଇନ୍ ଜରିଆରେ ପଞ୍ଜୀକରଣ କରିବାକୁ ହେବ ଏବଂ ସାଙ୍ଗରେ କୋଭିଡ୍ ନେଗେଟିଭ୍ ସାର୍ଟିପିକେଟ୍ ଆଣିବା ବାଧ୍ୟତାମୂଳକ।
ଦୁଇମାସ ଧରି ହେବାକୁ ଥିବା ମଣ୍ଡଳା-ମକରଭିଲ୍ଲାକୁ ବାର୍ଷିକ ଉତ୍ସବ ପାଇଁ ଖୋଲାଯାଇଥିବା ସାବରୀମାଳା ମନ୍ଦିରରେ ପ୍ରତ୍ୟହ ୧ହଜାର ଭକ୍ତ ଦର୍ଶନ କରିବାର ନିୟମ କରାଯାଇଛି। କେବଳ ଶନିବାର ଏବଂ ରବିବାର ୨ହଜାର ଭକ୍ତ ଦର୍ଶନ କରିପାରିବେ। ଦୁଇମାସ ଧରି ହେବାକୁ ଥିବା ଏହି ଉତ୍ସବ ସମୟରେ ସାବାରୀମାଳାକୁ ପ୍ରାୟ ୮୫ହଜାର ଭକ୍ତ ଆସିବାର କାର୍ଯ୍ୟକ୍ରମ ରହିଛି।