ବରଯାତ୍ରୀ ହେଲା ଶେଷଯାତ୍ରା
ଓଡ଼ିଶାଫାଷ୍ଟ (ବ୍ୟୁରୋ): ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୦ ଜଣ ବରଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସିଲାଇ ସବ-ଡିଭିଜନର ମାଜିଷ୍ଟ୍ରେଟ ସୁରେଶ ସିଙ୍ଘା କହିଛନ୍ତି ଯେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ ପିକଅପ୍ଟି ପାହାଡ ତଳ ଖାଇକୁ ଖସିପଡିଥିଲା । ବୋଲେରୋରେ ମୋଟ ୧୨ଜଣ ଲୋକ ଥିଲେ ।