ସୁଶାନ୍ତ ସିଂହଙ୍କ ସମ୍ପର୍କୀୟଙ୍କୁ ଗୁଳି କଲେ ଦୁର୍ବୃତ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମୁଁ ପୁଅ ଭାଇ ଓ ୟାମାହା ଶୋ’ରୁମର ମାଲିକ ରାଜକୁମାର ସିଂହ ଓ ତାଙ୍କ ସହଯୋଗୀଙ୍କୁ ଗୁଳି ମାଡ଼ ହୋଇଛି।
ଶନିବାର ଦିନ ମାଧେପୁରା ଯିବା ସମୟରେ ତାଙ୍କୁ ଗୁଳି କରାଯାଇଛି। ରାଜକୁମାରଙ୍କ ସମେତ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ସହଯୋଗୀ ହସନ ଅଲିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ରାଜକୁମାର ସିଂହଙ୍କ ଭାଇ କହିଛନ୍ତି, ରାଜକୁମାର ପ୍ରତିଦିନ ସକାଳେ ମାଧେପୁରା ଶୋ’ରୁମ ଯାଆନ୍ତି। ଆଜି ବି ଯାଉଥିଲେ। ବୈଜନାଥପୁର ଛକରେ ଏକ ବାଇକରେ ୩ଜଣ ଆସି ରାଜକୁମାରଙ୍କ ଗାଡିକୁ ଓଭରଟେକ କରିଥିଲେ ତାଙ୍କ ଉପରକୁ ଗୁଳି କରିଥିଲେ। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ଘରୋଇ ନର୍ସିଙ୍ଗହୋମରେ ଭର୍ତ୍ତି କରାଯାଇଛି। ଆହତ ଅଲି ହସନଙ୍କ ଅବସ୍ଥା ଗମ୍ଭୀର ଥିବା ଡାକ୍ତର କହିଛନ୍ତି। ତେବେ ଅପରାଧୀମାନେ କାହିଁକି ସୁଶାନ୍ତଙ୍କ ଭାଇ ଉପରକୁ ଗୁଳି କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନା ପାଇବାପରେ ପୋଲି ଘଟଣାସ୍ଥଳରେ ପହଞ୍ଚିଥିଲା।

Leave a comment