ବସ୍‌-ଟ୍ୟାଙ୍କର୍‌ ଟ୍ରକ୍‌ ଧକ୍କା: ୭ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘନ କୁହୁଡ଼ିରେ ଦୃଶ୍ୟତା କମିଯାଇଥିବାରୁ ବୁଧବାର ସକାଳେ ଉତ୍ତର ପ୍ରଦେଶ ରୋଡ୍‌େଓ୍ଵଜ୍‌ର ଏକ ବସ୍‌ ଗୋଟାଏ ଗ୍ୟାସ୍‌ ଟ୍ୟାଙ୍କର୍‌ ଟ୍ରକ୍‌ ସହ ଧକ୍କା ଖାଇବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୨୫ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଧନାରି ଥାନା ଅଞ୍ଚଳରେ ଦୁର୍ଘଟଣାଟି ଘଟିଥିବା କଥା ସେମାନେ କହିଛନ୍ତି।
ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଚକ୍ରେଶ ମିଶ୍ର କହିଛନ୍ତି, ଅଲିଗଡ଼ ଡିପୋର ଏକ ଉତ୍ତର ପ୍ରଦେଶ ରୋଡ୍‌େଓ୍ଵଜ୍‌ ବସ୍‌ ବୁଧବାର ଦିନ ଗୋଟାଏ ଗ୍ୟାସ୍‌ ଟ୍ୟାଙ୍କର୍‌ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଖାଇବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୫ଜଣ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ। ଆଖପାଖ ଡାକ୍ତରଖାନାମାନଙ୍କରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା କଥା ସେ ସୂଚନା ଦେଇଛନ୍ତି
ମୃତଯାତ୍ରୀମାନଙ୍କର ପରିଚୟ ପାଇବାକୁ ଉଦ୍ୟମ ଚାଲିଥିବା କଥା ପୁଲିସ କହିଛି। ଘଟଣାସ୍ଥଳରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଧାର ଅଭିଯାନ ଚାଲିଛି।

Leave a comment