କରୋନାରେ ବରିଷ୍ଠ ସାମ୍ୱାଦିକ ବସନ୍ତ ଦାସଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇେସୋଲେସନରେ ଥିଲେ । ୩ଦିନ ତଳେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଓଡିଶା ସମ୍ବାଦିକତା କ୍ଷେତ୍ରରେ ୫ ଦଶନ୍ଧୀ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ। ଓଡିଶା ରାଜନୀତି ଓ ସମ୍ବାଦିକତାକୁ ନେଇ ଅନେକ ବହି ମଧ୍ୟ ଲେଖିଛନ୍ତି ସେ । ‘ଜେ ଦେଶ ଯାଇ ସେ ଫଲ୍ ଖାଏ’ ପୁସ୍ତକ ତାଙ୍କରି ଅବଦାନ । ଏଥିପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଅମ୍ରିତ ବଜାର ପତ୍ରିକାର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରି ୧୯୯୬ରେ ଅବସର ନେଇଥିଲେ । ୧୯୬୫ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ ସ୍ବର୍ଗତ ବସନ୍ତ ଦାସ । ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳର ନେତା ବସନ୍ତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

Leave a comment