ବାତ୍ୟା ୟାସ୍ ମୁକାବିଲା ପାଇଁ ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସାତପଡ଼ା ଠାରେ ବ୍ରହ୍ମଗିରି ବ୍ଲକ ଓ କୃଷ୍ଣପ୍ରସାଦ ବ୍ଳକର ସମସ୍ତ କ୍ଷେତ୍ର ଅଧିକାରୀ ମାନଙ୍କ ସହିତ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବାତ୍ୟା (ୟାସ୍)ର ମୁକାବିଲା ପାଇଁ ଉଭୟ ବ୍ଲକର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ବ୍ରହ୍ମଗିରି ବିଡ଼ିଓ ଜ୍ୟୋତିପ୍ରକାଶ ସେଠି,ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡେ଼ଇ,କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠି,ବ୍ରହ୍ମଗିରି ଆରକ୍ଷୀ ଅଧିକ୍ଷକ ମନୋଜ ଶତପଥୀ,ବ୍ରହ୍ମଗିରି ଅଗ୍ନିଶମ୍ ଅଧିକାରୀ ପୁଲକ ପ୍ରିୟରଞ୍ଜନ ଲେଙ୍କା,ବ୍ରହ୍ମଗିରି ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଅଖାରି ପଲାଇ,ଯନ୍ତ୍ରି ରବିନାରାୟଣ ସାହୁ,ବ୍ରହ୍ମଗିରି ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି ଓ ଅନ୍ୟାନ୍ୟ ବିଭାଗର ବିଭାଗୀୟ କ୍ଷେତ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a comment