ଗୁରୁବାର ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପାଠ କରନ୍ତୁ ଏହି ଚାଳିଶା, ପୂରଣ ହେବ ଆପଣଙ୍କ ସମସ୍ତ ମନୋସ୍କାମନା

0

ଗୁରୁବାର ଦିନଟି ମା ଲକ୍ଷ୍ମୀଙ୍କୁ ସମର୍ପିତ ବୋଲି ଏହା ପ୍ରତ୍ୟେକ ହିନ୍ଦୁ ଜାଣିଛନ୍ତି l କାହିଁକି ନା ଧନର ଦେବୀ ଙ୍କ ଆରାଧନା ଯଦି ଏହିଦିନ କରାଯାଇ ଥାଏ, ତେବେ ଜୀବନ ରେ ଅନେକ ସୁଖସମୃଦ୍ଧି ର ଆଗମନ ହୋଇଥାଏ l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି କୌଣସୀ ବ୍ୟକ୍ତି ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ଚାଳିଶା ପାଠ କରିଥାଏ, ତେବେ ତାର ଜୀବନ ର ସମସ୍ତ କଷ୍ଟ ନିରାକରଣ ହୋଇଥାଏ ଓ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l

କିପରି ପାଠ କରିବେ ମା’ ଲକ୍ଷ୍ମୀଙ୍କ ଚାଳିଶା –

– ପ୍ରତି ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ବିଧିବଦ୍ଧ ଭାବରେ ପୂଜାର୍ଚନା କରି ଘିଅ ଦୀପ ଟିଏ ଜଳାଇ ମା ଲକ୍ଷ୍ମୀଙ୍କୁ ଧ୍ୟାନରେ ଡାକନ୍ତୁ , ଏହାପରେ ପ୍ରଣାମ କରି ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ l

– ଯେବେବି ଲକ୍ଷ୍ମୀ ଚାଳିଶା ପାଠ କରୁଛନ୍ତି ମନରେ କାହା ପ୍ରତି ଖରାପ ଭାବନା କିମ୍ବା ଖରାପ ଚିନ୍ତା ରଖନ୍ତୁ ନାହିଁ l

-ଏହାଛଡା ସର୍ବଦା ସକାରାତ୍ମକ ଭାବନାରେ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ l ଘରେ କଳହ କରନ୍ତୁ ନାହିଁ ଓ ଘରକୁ ସଫା ସୁତୁରା ରଖନ୍ତୁ

-ଯଦି ଆପଣଙ୍କ ପରିବାରରେ ସର୍ବଦା କଳହ ଓ ଝଗଡା ଦେଖା ଦେଉଛି ତେବେ ପ୍ରତି ଗୁରୁବାର ଦିନ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ l ଯଦି ପ୍ରତି ଗୁରୁବାର ଦିନ ସ୍ଵଚ୍ଚ ମନରେ ଓ ଶାନ୍ତ ମନରେ ଲକ୍ଷ୍ମୀ ଚାଳିଶା ପାଠ କରିବେ ତେବେ କଳହ ଝଗଡା ଦୂର ହୋଇଥାଏ l ଏହାଛଡା ସୁଖ ଶାନ୍ତି ର ଆଗମନ ହୋଇଥାଏ l

-ଲକ୍ଷ୍ମୀ ଚାଳିଶା ପାଠ କରିବା ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହୋଇଥାଏ l ଲକ୍ଷ୍ମୀ ଚାଳିଶା ପାଠ କରିବା ଦ୍ୱାରା ବିଗିଡି ଯାଇଥିବା ସମ୍ପର୍କ ରେ ସୁଧାର ଆସିଥାଏ l ଘର ପରିବାରରେ ସମ୍ପର୍କ ନିବିଡ଼ ମଧ୍ୟ ହୋଇଥାଏ l

-ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଲକ୍ଷ୍ମୀ ଚାଳିଶା ପାଠ କରିବା ସମୟରେ ଧ୍ୟାନ ଦେଇ ଅନ୍ୟର ମଙ୍ଗଳ କାମନା କରିବା ଦ୍ୱାରା ଏହାର ଫଳ ର ସକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ l

-ପ୍ରତି ଗୁରୁବାର ଦିନ ଗୋଟିଏ ତମ୍ବା ଗଡୁ ରେ କିଛି ପାଣି ନିଅନ୍ତୁ ଓ ଏଥିରେ ଦୁଇଟି ତୁଳସୀ ପତ୍ର ପକାନ୍ତୁ l ଲକ୍ଷ୍ମୀ ଚାଳିଶା ପାଠ କରି ସାରିବା ପରେ ଏହାକୁ ସେବନ କରନ୍ତୁ l ଏହାଦ୍ୱାରା ବ୍ୟବସାୟ ଓ ଚାକିରୀ ରେ ଉନ୍ନତି ହୋଇଥାଏ l

Leave a comment