ଭୋଜି ବେଳେ ପୋଡ଼ିହୋଇ ୩ ମହିଳା ଗୁରୁତର

0

ଓଡିଶା ଫାଷ୍ଟ( ବ୍ୟୁରୋ):ଏକ ଶ୍ରାଦ୍ଧ ବାର୍ଷିକୀ ଭୋଜି ପାଇଁ ରୋଷେଇ ଚାଲିଥିବା ବେଳେ ନିଆଁରେ ପୋଡ଼ି ହୋଇଗଲେ ୩ ମହିଳାଶ୍ରମିକ । ରାୟଗଡାରେ ଘଟିଛି ଏଭଳି ଅଭାବନିୟ ଘଟଣା । ଗ୍ୟାସ ପାଇପ ମେଲଟ୍‌ ହୋଇ ନିଆଁ ଲାଗି ଚାରି ଆଡ଼େ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଶ୍ରମିକ ଭାବେ କାମ କରୁଥିବା ୪ ଜଣ ମହିଳା ଶ୍ରମିକମାନେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ, ରାୟଗଡ଼ା ସହର ଡିଏଫଓ କାର୍ଯ୍ୟାଳୟ ପାଖରେ ଥିବା ପ୍ରଥମ ଗଳିରେ ରହୁଥିବା ମୋନଜ କୁମାର ସାହୁଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜି ପାଇଁ ରୋଷେଇ କାର୍ଯ୍ୟ ଚାଲିଥିବା ବେଳେ ଗ୍ୟାସ ପାଇପ ମେଲଟ ହୋଇ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଶ୍ରମିକ ଭାବେ କାମ କରୁଥିବା ୪ ଜଣ ମହିଳା ଶ୍ରମିକ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା ଚାଲିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

Leave a comment