ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରାମାସ୍ୱାମୀ

0

ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଭାବେ ପ୍ରଥମ ପ୍ରାର୍ଥୀ ହେବାର ଦୌଡ଼ରେ ସାମିଲ , ବିବେକ ରାମାସ୍ୱାମୀଙ୍କୁ ମିଳିଛି ଭଲ ସମର୍ଥନ। ରିପବ୍ଲିକାନ ଡିବେଟ୍‌ରେ ସେ ସାମିଲ ହେବାର ଏକ ଘଣ୍ଟା ଭିତରେ ତାଙ୍କୁ ୪ ଲକ୍ଷ ୫୦ ହଜାର ଡଲାରର ବଡ଼ ଫଣ୍ଡ ମଧ୍ୟ ହାସଲ ହୋଇଛି । ତାଙ୍କୁ ଏହି ଅର୍ଥ ଅନଲାଇନ୍‌ ଫଣ୍ଡ ରେଜିଂ ମାଧ୍ୟମରେ ମିଳିଛି।

ତାଙ୍କୁ ଡୋନେଟ୍‌ କରିଥିବା ଲୋକଙ୍କ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ଠାରୁ ହାରାହାରି ୩୮ ଆମେରିକୀୟ ଡଲାର ମିଳିଛି । ୩୮ ବର୍ଷିୟ ବିବେକ ରାମାସ୍ୱାମୀ ରାଷ୍ଟ୍ରପତି ପଦର ପ୍ରାର୍ଥୀ ପାଇଁ ସାଉଥ୍‌ କେରୋଲିନାର ଗଭର୍ଣ୍ଣର ନିକ୍କି ହେଲି , ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଓ ନ୍ୟୁ ଜର୍ସିର ପୂର୍ବତନ ଗଭର୍ଣ୍ଣର କ୍ରିସ୍‌ କ୍ରିଷ୍ଟିସ୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଡିବେଟ୍‌ ପରେ ଏକ ସର୍ଭେ ହୋଇଥିଲା , ଯେଉଁଥିରେ ୨୮ ପ୍ରତିଶତ ଲୋକ କହିଥିଲେ କି ରାମାସ୍ୱାମୀଙ୍କ ପ୍ରଦର୍ଶନ ଉତ୍ତମ ରହିଛି । ତାଙ୍କ ପରେ ଦ୍ୱିତୀୟ ନମ୍ୱରରେ ଫ୍ଲୋରିଡାର ଗଭର୍ଣ୍ଣର ରୋଡ୍‌ ଡେସ୍‌ଣ୍ଟିସ୍ ରହିଛନ୍ତି, ଯାହାଙ୍କୁ ୨୭ ପ୍ରତିଶତ ଲୋକ ଭଲ ଭାବିଛନ୍ତି ।

ମାଇକ ପେନ୍ସଙ୍କୁ ୧୩ ପ୍ରତିଶତ ଲୋକଙ୍କର ସମର୍ଥନ ମିଳିଛି । ନିକ୍କି ହେଲିଙ୍କୁ ପାଖାପାଖି ୭ ପ୍ରତିଶତ ସମର୍ଥନ ହାସଲ କରିଛନ୍ତି। ଫକ୍ସ ନ୍ୟୁଜ୍‌ର ରିପୋର୍ଟ ଆଧାରରେ , ରାମାସ୍ୱାମୀ ଏମିତି ଜଣେ ରିପବ୍ଲିକ କ୍ୟାଣ୍ଡିଡେଟ୍‌ , ଯାହାଙ୍କୁ ଗୁଗଲରେ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି। ତାଙ୍କ ପରେ ଦ୍ୱିତୀୟ ନମ୍ୱରରେ ତାଙ୍କର ସାଥି ଭାରତୀୟ ଆମେରିକୀୟ ନିକ୍କି ହେଲି ରହିଛନ୍ତି।

Leave a comment