ପ୍ରିୟଙ୍କା ହତ୍ୟାର ରହସ୍ୟ ଖୋଲିବ ପୋଲିସ, ଅଭିଯୁକ୍ତ ଜଗନ୍ନାଥ ସୁସ୍ଥ ହେବାକୁ କରିଛି ଅପେକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଥିବା ପ୍ରିୟଙ୍କା ହତ୍ୟାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଜଗନ୍ନାଥ ସୁସ୍ଥ ହେବାକୁ କରିଛି ଅପେକ୍ଷା । କାହିଁକି ନା କେଉଁ କାରଣ ପାଇଁ ସେ ପ୍ରିୟଙ୍କାକୁ ହତ୍ୟା କରିଛି ଏହାର ଖୁଲାସା ଅଭିଯୁକ୍ତର ବୟାନରୁ ସ୍ପଷ୍ଟ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ତଥ୍ୟ ସାମ୍ନାକୁ ଆସିଥିଲେ ମଧ୍ୟ ଅଧିକ ତଦନ୍ତ ପାଇଁ ଏକ ପୋଲିସ ଟିମ ଅଭିଯୁକ୍ତ ଏବଂ ପ୍ରିୟଙ୍କାଙ୍କ ଗାଁ ଯାଜପୁର ଯିବ ।

ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ କହିଛନ୍ତି, ପୁଅ ଜଗନ୍ନାଥର ପ୍ରିୟଙ୍କା ସହ ପ୍ରେମ ସଂପର୍କ ଥିଲା । ପ୍ରିୟଙ୍କା ବିବାହ କରିବା ପରେ ଜଗନ୍ନାଥ କୌଣସି ସମ୍ପର୍କ ରଖିନଥିଲେ । ପୁଅ ହେବା ପରେ ପ୍ରିୟଙ୍କା ପୁଣି ଥରେ ଜଗନ୍ନାଥଙ୍କ ସହ ଯୋଗାଯୋଗ କରିଥିଲେ ।

ଏଥର ଲକଡାଉନରେ ପୁଣି ଦୁହେଁ ପରସ୍ପର ନିକଟତର ହୋଇଥିଲେ । ପ୍ରିୟଙ୍କା ତାଙ୍କ ଆଡୁ ଫୋନ କରିବା ପରେ ଉଭୟଙ୍କ ଭିତରେ ସଂପର୍କ ନିବିଡ ହୋଇଥିଲା । ତେବେ କାହିଁକି ସେମାନଙ୍କ ସଂପର୍କରେ ତିକ୍ତତା ଆସିଲା ଓ ଜଗନ୍ନାଥ କାହିଁକି ଏପରି ପଦକ୍ଷେପ ନେଲା ସେ ସଂପର୍କରେ କିଛି ଜାଣିନଥିବା କହିଛନ୍ତି ଜଗନ୍ନାଥଙ୍କ ମାଆ ସାବିତ୍ରୀ ପ୍ରଧାନ । ସେହିପରି ମୃତ ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥ ଭିତରେ ଗତ ଦଶ ବର୍ଷ ଧରି ପରିଚୟ ନେଇ ଚର୍ଚ୍ଚା ଜୋର ଧରିଛି ।

ଅପରପକ୍ଷରେ ପ୍ରିୟଙ୍କାଙ୍କ ପରିବାର ଲୋକ କହିଛନ୍ତି, ଝିଅ-ଜ୍ୱାଇଁଙ୍କ ଭିତରେ ଖୁବ୍ ଭଲ ସଂପର୍କ ଥିଲା । ପରସ୍ପର ପରସ୍ପରକୁ ଖବ୍ ଭଲ ପାଆନ୍ତି ।
ଜଗନ୍ନାଥଙ୍କ ସହ ପ୍ରିୟଙ୍କାଙ୍କର କି ପ୍ରକାର ସଂପର୍କ ଥିଲା ତାହା ସେମାନଙ୍କୁ ଜଣାନାହିଁ । ଜେଜେଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରାକେଶ ଶ୍ୱଶୁର ଘରକୁ ଯାଇଥିଲେ । ୮ ଦିନ ହେବ ଫେରିଥିବା ବେଳେ ପ୍ରିୟଙ୍କାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକ ।

Leave a comment