ଏସସିବି ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି । ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ତାଙ୍କ ଓକିଲ ମଙ୍ଗଳବାର ଆବେଦନ କରିଥିଲେ । କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ବୁଧବାର ଭୋର ୪ଟାରୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଜଗଦ୍ଦେବ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ କରିଥିବାର ଅଭିଯୋଗ ନେଇ ତାଙ୍କୁ ଗିରଫ କରାଯାଇଛି। ସେ ବେଗୁନିଆର ଏକ ବୁଥରେ ଭୋଟ ଦେବା ବେଳେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରୁ ଗିରଫ କରିଛି ବୋଲି ଜଣାପଡିଛି। ସେ ନେଇ ସେ ବର୍ତ୍ତମାନ ଖୋର୍ଦ୍ଧା ଜେଲରେ ଅଛନ୍ତି।