ଜୀବନ୍ତ ଜଳିଗଲେ ୭ ଶିଶୁଙ୍କ ସମେତ ୨୧ ଜଣ

0

ପାଲେଷ୍ଟାଇନ ଜାବା ସହରର ଉତ୍ତର ଭାଗରେ ଥିବା ଏକ ଘରେ ନିଆଁ ଲାଗି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ପାଲେଷ୍ଟାଇନ ଇନକଲାବକୁ ନିୟନ୍ତ୍ରଣରେ ରଖିଥିବା ହମାସ୍୍ ଇସ୍ଲାମବାଦୀଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ତଥାପି ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଅତିକମରେ ୭ ଶିଶୁଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

ତେବେ ଏତେ ବଡ ଅଗ୍ନିକାଣ୍ଡ କିପରି ଘଟିଲା, ନିଆଁ କିପରି ଲାଗିଲା ତାହାର କାରଣ ଏ ଯାଏ ଜଣାପଡ଼ି ନାହିଁ । ସ୍ଥାନୀୟ ନାଗରିକ ସୁରକ୍ଷା ବିଭାଗର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଘରେ ଜାଳେଣୀ ସାମଗ୍ରୀ ଜମା ହୋଇଥିଲା । ହୁଏତ ଜାଳେଣୀରେ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ରୂପ ନେଇଥାଇ ପାରେ । ଅନ୍ୟପକ୍ଷେ, ରାଷ୍ଟ୍ରପତି ମହମଦ ଅବ୍ବାସ ଏହାକୁ ରାଷ୍ଟ୍ରୀୟ ବିପତ୍ତି ବୋଲି ଘୋଷଣା କରିବା ସହ ଶୁକ୍ରବାରକୁ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି । ଏହି ଦିନ ପାଲେଷ୍ଟାଇନର ରାଷ୍ଟ୍ରୀୟ ପତାକା ଅର୍ଦ୍ଧନମିତ ରହିବ । ଏଥି ସହିତ ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାପାପଇଁ ମଧ୍ୟ ଅପିଲ କରିଛନ୍ତି ।

Leave a comment