ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ ଦେହାନ୍ତ
ନୂଆଦିଲ୍ଳୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାକିସ୍ତାନୀ ସାଂସଦ ତଥା ଟିଭି ହୋଷ୍ଟ ଆମିର ଲିୟାକତ୍ ହୁସେନ୍ଙ୍କ ଦେହାନ୍ତ ହୋଇଛି। ଆମିର ଲିଆକୁତଙ୍କ ମୃତ୍ୟୁ ବେଳେ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।
ସୂଚନା ଅନୁସାରେ ବୁଧବାର ରାତିରେ ଆମିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। କିନ୍ତୁ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଏନେଇ ତାଙ୍କ କର୍ମଚାରୀ ଜାଭେଦ୍ କହିଛନ୍ତି ଯେ ଗୁରୁବାର ସକାଳେ ଆମିରଙ୍କ ରୁମ୍ରୁ ଏକ ଚିତ୍କାର ଶୁଣାଗଲା। ଏହା ଶୁଣି ଆମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ରୁମ୍ର କବାଟ ଭାଙ୍ଗିଥିଲେ। ପରେ ତାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲକୁ ପଠାଯାଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।