କେନ୍ଦ୍ରାପଡା ରୁ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ, ରାଜ୍ୟରେ ମୋଟ ୪୦
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ରୁ ଆଜି ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ମାର୍ଚ୍ଚ ୨୪ ତାରିଖରେ ୩୨ ବର୍ଷୀୟ ଏହି ସଂକ୍ରମିତ ଯୁବକ ଜଣକ ଦୁବାଇରୁ ଫେରିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।