ଚିନ୍ତା ବଢାଇଲା ଭିଏତନାମରେ ଚିହ୍ନଟ ନୂତନ ଭାରିଏଣ୍ଟ, ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଏତନାମରେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରଏଣ୍ଟ ଚିନ୍ତା ବଢାଇ ଦେଇଛି। ଭିଏତନାମ ସ୍ଵାସ୍ଥ୍ୟ ମନ୍ତ୍ରୀ ଭିଏନ ଟନ ଲଙ୍ଗ ଶନିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭିଏତନାମରେ କରୋନା ଭାଇରସ୍ର ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହା ପୂର୍ବରୁ ବ୍ରିଟେନ୍, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଭାରତରେ ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଥିଲା।
ସୂଚନା ଅନୁଯାୟୀ, ଭିଏତନାମରେ କରୋନା ଭାଇରସ୍ର ଯେଉଁ ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି, ତାହା ଭାରତ ଓ ବ୍ରିଟେନ୍ରେ ଚିହ୍ନଟ ଭାରଏଣ୍ଟ ସହ ସାମଞ୍ଜ୍ୟସ ରହିଛି। ମାତ୍ର ସବୁଠୁ ବଡ ଚିନ୍ତା ଏହା ଯେ, ଏହା ଅନ୍ୟ ଭାରିଏଣ୍ଟ ତୂଳନାରେ ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି।