ବିଧାନସଭାର ସମସ୍ତ କାମ ଓଡିଆରେ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ

ଓଡିଶାଫାଷ୍ଟ( ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନ ପାଇଁ ବହୁ ଆଗରୁ ଦାବି ହେଉଥିଲେ ମଧ୍ୟ ପୁଣି ଏନେଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।ଲୋକସେବା ଭବନ ଓ ବିଧାନସଭାର କାର୍ଯ୍ୟାବଳୀ ଓଡ଼ିଆରେ ସମ୍ପୂର୍ଣ୍ଣଭାବେ ସମ୍ପାଦନ ହେଉନାହିଁ । ଅଦାଲତରେ ମଧ୍ୟ ଇଂରାଜୀ ଭାଷାରେ ନ୍ୟାୟ ପ୍ରଦାନ ବିଡ଼ମ୍ବନା ସୃଷ୍ଟି କରିଛି । ଆପଣ ମଧ୍ୟ ଅଧିକାଂଶ ସମୟରେ ଗୃହରେ ବିବୃତି ଇଂରାଜୀରେ ପଢିବା ଦୁର୍ଭାଗ୍ୟଜନକ । ରାଜ୍ୟ ଶାସନରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଉ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି। ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ସଂକଳ୍ପ ନେଲେ କାର୍ଯ୍ୟାବଳୀ ପରିବର୍ତ୍ତନ ହୋଇ ଓଡ଼ିଆ ଭାଷା ଲାଗୁ ହୋଇପାରିବ ବୋଲି କହିଛନ୍ତି।