ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଚଳିତବର୍ଷର ପରୀକ୍ଷା ଆରମ୍ଭ ହୋଇଛି । ଯେଉଁଥିରେ ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାବେଳେ ମୋଟ ୧୧୪୩ଟି ସେଂଟରରେ ଏହି ପରୀକ୍ଷା ଚାଲିଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ତେବେ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଉଥିବା ଶିକ୍ଷାର୍ଥୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସହ ସଫଳତା କାମନା କରୁଛି। ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଉଥିବା ଶିକ୍ଷାର୍ଥୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସହ ସଫଳତା କାମନା କରୁଛି।

Leave a comment