ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମୋଦିଙ୍କ ବାୟୋପିକ୍ ରିଲିଜ ତାରିଖ ଘୁଞ୍ଚିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଏପ୍ରିଲ ୫ରେ ମୁକ୍ତିଲାଭ କରିବାର ଥିଲା । ମାତ୍ର ଆଜି ଏହା ରିଲିଜ୍ ହେବନାହିଁ । ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନର ସପ୍ତାହେ ପୂର୍ବରୁ ଏହାର ରିଲିଜ୍ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବା କଂଗ୍ରେସ ଦର୍ଶାଇଥିଲା । ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯିବା ସହ ଫିଲ୍ମ ରିଲିଜ ତାରିଖ ସ୍ଥଗିତ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ଅମନ ପନଓ୍ବାର ଏହାର ରିଲିଜ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପରବର୍ତ୍ତୀ ନୋଟିସ ଯାଏଁ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ପ୍ରଯୋଜକ ସନ୍ଦୀପ ସିଂ ଟୁଇଟ କରି କହିଛନ୍ତି ।
ଏହା ପୂର୍ବରୁ ବିବେକ ଓବେରୟଙ୍କ ଅଭିନୀତ ଏହି ଫିଲ୍ମର ମୁକ୍ତିଲାଭ ଉପରେ ହସ୍ତକ୍ଷେପ କରିବାକୁ ମଧ୍ୟପ୍ରଦେଶ ଏବଂ ବମ୍ବେ ହାଇକୋର୍ଟ ମନା କରିଦେଇଥିଲେ ।