ଆରମ୍ଭ ହେଲା ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଆରମ୍ଭ ହୋଇଛି ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ବୃହତ ଜଳାଶୟଗୁଡ଼ିକର ନବୀକରଣ ହେବ।

ଏହି ଯୋଜନାରେ କଟକର ୧୫ଟି ପ୍ରମୁଖ ତଥା ପୁରାତନ ପୋଖରୀ ଏଥିରେ ସ୍ଥାନ ପାଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଜଳାଶୟର ଆରମ୍ଭ ହୋଇଛି ପୁନଃରୁଦ୍ଧାର କାର୍ଯ୍ୟ। ଗଙ୍ଗାମନ୍ଦିର ପୋଖରୀ, ମିଶନ ରୋଡ୍ ଖ୍ରୀଷ୍ଟୟାନ ପୋଖରୀ, ନୂଆପଡ଼ା ବାଳାଶ୍ରମ ପୋଖରୀ, ଶିଖରପୁର କୋର ପୋଖରୀ ବିକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର।

ସହରର ଏହି ସବୁ ଜଳାଶୟ ମଶା ଉତ୍ପତିର ପ୍ରମୁଖ କେନ୍ଦ୍ର ଥିଲା। ବହୁଦିନ ଧରି ବ୍ୟବହାର ନ ହେବା କାରଣରୁ ସହରର ପରିବେଶକୁ ଦୂଷିତ କରୁଥିଲା। ତେବେ ଏବେ ସରକାର ଏହି ପୋଖରୀ ଗୁଡିକର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି। ଏହା ସମସ୍ତଙ୍କ ପାଇଁ ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ଅବସର ବିନୋଦନ ପାଇଁ ବେଶ ସହାୟକ ହେବ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏହି ପୋଖରୀଗୁଡିକର ବିକାଶ କାର୍ଯ୍ୟକ୍ରମ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ସିଏମସି ଯୋଜନା ପ୍ରସ୍ତୁତ କରିଛି।

Leave a comment