ସକାଳୁ ଉଠିବା କ୍ଷଣି ପାଦରେ ଯନ୍ତ୍ରଣା ହେଉଛି କି ? ତେବେ ଜାଣିନିଅନ୍ତୁ ଏହି କାରଣରୁ ହୋଇଥାଏ ଏଭଳି ସମସ୍ୟା
ଅନେକ ଲୋକଙ୍କର ସକାଳୁ ଉଠିବା ମାତ୍ରେ ପାଦରେ ଯନ୍ତ୍ରଣା ହୋଇଥାଏ । ପାଦକୁ ଭୂମିରେ ରଖିବା ମାତ୍ରେ ଗୋଇଠି ଭାଙ୍ଗିଯିବା ଭଳି ଲାଗୁଛି କି ? ଯଦି ଆପଣ ମଧ୍ୟ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ, ଏହା ଗୁରୁତର ସମସ୍ୟାର ସଙ୍କେତ ହୋଇପାରେ ।
ସକାଳେ ଘଟୁଥିବା ଏହି ପ୍ରକାର ଯନ୍ତ୍ରଣା ପ୍ଲାଣ୍ଟର ଫାସିସାଇଟିସ ଭାବେ ବିବେଚନା କରାଯାଇଥାଏ । ଏହି ପ୍ରକାର ଲକ୍ଷଣ ଫାସିସାଇଟିସ ପାଇଁ ହୋଇଥାଏ ବୋଲି ଜଣାପଡିଛି । ସକାଳେ ପାଦରେ ଯନ୍ତ୍ରଣା ହେବାର ପ୍ଲାଣ୍ଟାର୍ ଫାସିସାଇଟିସ ଏକ ସାଧାରଣ କାରଣ, କିନ୍ତୁ ଏହା ଏକମାତ୍ର କାରଣ ନୁହେଁ । ଏହାର ଅନ୍ୟାନ୍ୟ ଅନେକ କାରଣ ଥାଇପାରେ, ଯାହାକୁ ସମୟ ସମୟରେ ବିଚାର କରିବା ଏବଂ ଚିକିତ୍ସା କରିବା ଆବଶ୍ୟକ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କୁହନ୍ତି, ଏହି ଗମ୍ଭୀର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହା ଅନେକ ଲୋକଙ୍କ ଠାରେ ଦେଖାଯାଉଛି । ଯଦିଓ ଟିକିଏ ଚାଲିବା ପରେ ଏହି ଯନ୍ତ୍ରଣା ପ୍ରାୟତଃ କମିଯାଏ, କିନ୍ତୁ ସମସ୍ୟାର କାରଣକୁ ଚିହ୍ନଟ ନକରିବା କିମ୍ବା ଚିକିତ୍ସା ନକରିବା ଦ୍ବାରା ଏହା ଗମ୍ଭୀର ରୂପ ନେଇପାରେ ।
ପ୍ଲାଣ୍ଚର ଫାସିସାଇଟିସ କଣ: ସକାଳୁ ଉଠିବା ପରେ ପ୍ରଥମ ପାଦ ଭୂମି ଉପରେ ରଖିବା ଦ୍ବାରା ଯନ୍ତ୍ରଣା ହେଲା ଏହା ପ୍ଲାଣ୍ଚର ଫାସିସାଇଟିସର ଲକ୍ଷଣ ବୋଲି କୁହାଯାଇଥାଏ । ପ୍ଲାଣ୍ଟର ଫାସିସାଇଟିସ ସେତେବେଳେ ହୁଏ ଯେତେବେଳେ ପ୍ଲାଣ୍ଟର୍ ଫାସିଆ ଲିଗାମେଣ୍ଟ୍, ଯାହା ଆଙ୍ଗୁଠିକୁ ଗୋଇଠି ସହିତ ସଂଯୋଗ କରେ, ଯନ୍ତ୍ରଣାଦାୟକ ଭାବରେ ପ୍ରଦାହ ହୁଏ । ଯଦି ଏହି ସମସ୍ୟା ହୋଇଥାଏ ତେବେ ଗୋଇଠିରେ ଯନ୍ତ୍ରଣା ହୋଇଥାଏ । ପ୍ଲାଣ୍ଟର ଫାସିସାଇଟିସ ଲକ୍ଷଣ ଜାଗ୍ରତ ହେବା ପରେ ତୁରନ୍ତ ଅଧିକ ସ୍ପଷ୍ଟ ହୁଏ କାରଣ ଶୋଇବା ସମୟରେ ଗୋଇଠି ଅଞ୍ଚଳକୁ ରକ୍ତ ପହଞ୍ଚି ପାରେନାହିଁ ଫଳରେ ଉଠିବା ପରେ ଯନ୍ତ୍ରଣା ହୋଇଥାଏ ।
ପାଦରେ ଯନ୍ତ୍ରଣା ହେବାର ଅନ୍ୟ କାରଣ:
ଅକିଲିସ ଟେଣ୍ଡୋନାଇଟିସ: ଗୋଡରେ ଯନ୍ତ୍ରଣା ହେବାର ଅନ୍ୟ ଏକ କାରଣ ହେଉଛି ଅକିଲିସ ଟେଣ୍ଡୋନାଇଟିସ୍ ମଧ୍ୟ ଏକ ସାଧାରଣ କାରଣ । ଯଦି କୌଣସି ପ୍ରକାର ଚାଲିବା କିମ୍ବା ଦୌଡିବା ପ୍ରକ୍ରିୟାରେ ସାମିଲ ରହିଥାଆନ୍ତି ତେବେ ଏହି ବିପଦ ବଢିଯାଇଥାଏ । ଅକିଲିସ ଟେଣ୍ଡନ୍ ଗୋଡର ପଛ ଭାଗରେ ରହିଥାଏ, ଏହା ଆଣ୍ଠୁର ହାଡକୁ ପାଦ ସହିତ ସଂଯୋଗ କରେ । ତେବେ ଫୁଲିଯିବା ଏବଂ ଏଥିରେ କଠିନତା ହେତୁ ଯନ୍ତ୍ରଣା ହୋଇପାରେ । ଶାରୀରିକ କାର୍ଯ୍ୟକଳାପର ବୃଦ୍ଧି ସହିତ ଏହି ଯନ୍ତ୍ରଣା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।
ରିୟୁମାଟଏଡ୍ ଆର୍ଥ୍ରାଇଟିସ୍: ରିୟୁମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଗଣ୍ଠିର ଏକ ସାଧାରଣ ରୋଗ ଯାହା ଯନ୍ତ୍ରଣା, କଠିନତା ଏବଂ ଚାଲିବାରେ ଅସୁବିଧା ସୃଷ୍ଟି କରିଥାଏ । ଆର୍ଥ୍ରାଇଟିସର ଫୁଲା, ଗଣ୍ଠି ଯନ୍ତ୍ରଣା ଏବଂ ଚାଲିବାରେ ଅସୁବିଧା ହୋଇଥାଏ । ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋଇମ୍ୟୁନ ରୋଗ, ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସୁସ୍ଥ କୋଷ ଉପରେ ପ୍ରଭାବ ପକାଇଥାଏ ।
ଏହି ସମସ୍ୟାରୁ କିଭଳି ମୁକ୍ତି ପାଇବେ: ପ୍ଲାଣ୍ଟର ଫାସିସାଇଟିସ କିମ୍ବା ଅନ୍ୟ କୌଣସି କାରଣରୁ ହେଉଥିବା ଯନ୍ତ୍ରଣା ପାଇଁ ପ୍ରଥମେ ଏହାର କାରଣ ଖୋଜିବା ଏବଂ ଏହାର ଚିକିତ୍ସା କରିବା ଆବଶ୍ୟକ ।
ବିଶ୍ରାମ ନେବା ଆବଶ୍ୟକ: ଫୁଲା ନକମିବା ପର୍ଯ୍ୟନ୍ତ ଗୋଡ ଉପରେ ଭାର ବା ପ୍ରେସର ପକାଇବା ଉଚିତ ନୁହେଁ । ତେଣୁ ବିଶ୍ରାମ ନେବା ଆବଶ୍ୟକ ।
ଆଇସିଂ: ବରଫ ଘଷିବା ଦ୍ବାରା ଫୁଲା କମିଯାଇଥାଏ। ଫୁଲା କମିଯିବା ଦ୍ବାରା ଯନ୍ତ୍ରଣା ମଧ୍ୟ ହୋଇନଥାଏ।