୩୦ ପ୍ରତିଶତ ହ୍ରାସ ପାଇବ ନବମ, ଦଶମ ଶ୍ରେଣୀ ସିଲାବସ
ଓଡ଼ିଶାଫାଷ୍ଟ (ବ୍ୟୁରୋ): କୋଭିଡ୍ ପ୍ରଭାବରୁ ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ । ୩୦% ସିଲାବସ୍ ହ୍ରାସ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି । ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଯାଉଛି । କିନ୍ତୁ ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ । ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।