ଉତ୍ତରପ୍ରଦେଶର ଗୋଣ୍ଡାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୪ ମୃତ, ଉଦ୍ଧାର କାର୍ଯ୍ୟ ଜାରି

0

ଉତ୍ତରପ୍ରଦେଶର ଗୋଣ୍ଡାରେ ଗୁରୁବାର ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଚଣ୍ଡିଗଡ଼ରୁ ଦିବ୍ରୁଗଡ଼ ଯାଉଥିବା ଦିବ୍ରୁଗଡ଼ ଏକ୍ସପ୍ରେସ୍ ଚାଇନଚ୍ୟୁତ୍ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ରେଳ ଗାଡ଼ିର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ରେଳ ଗାଡ଼ିଟି ଗୋଣ୍ଡା ନିକଟ ଝିଲାହୀ ରେଲୱେ ଷ୍ଟେସନ ନିକଟରେ ଡିରେଲ୍ ହୋଇଛି ।

ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ଖବର ସାମନାକୁ ଆସୁଛି । ଘଟଣାସ୍ଥଳରେ ୪ଟି ମୃତ ଦେହ ଦେଖିବାକୁ ମିଳିଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାମଲାରେ ତରନ୍ତ ଆକ୍ସନ ନେଇ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଆଦେଶ ଦେଇଛନ୍ତି ।

ଦୁର୍ଘଟଣାଟି ଗୋଣ୍ଡା ରେଲୱେ ଷ୍ଟେସନଠାରୁ କିଛି ବାଟ ଆଗରେ ମୋତିଗଞ୍ଜ କ୍ଷେତ୍ରରେ ହୋଇଛି । ଟ୍ରେନର ପରବର୍ତ୍ତୀ ଷ୍ଟେସନ ଗୋରଖପୁର ଥିଲା । ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । କୁହାଯାଉଛି ଯେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବଗି ମଧ୍ୟରେ ଏସି କୋଚ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ପୂର୍ବୋତ୍ତର ରେଲୱେର ଡିଆରଏମ୍ ଆଦିତ୍ୟ କୁମାର ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ଅନେକ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି କିମ୍ୱା ଗତି ପଥ ବଦଳା ଯାଇଛି ।

Leave a comment