ବାବା ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ମନା; କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ଓ ବାହୁଙ୍ଗୀ ଆଣିପାରିବେନି

0

ଆଉ ମାତ୍ର ଦିନ କେଇଟା ପରେ ଶ୍ରାବଣ ମାସ ଆରମ୍ଭ । ଶୈବପୀଠ ମାନଙ୍କରେ ଜଳଲାଗି କରିବେ ଶ୍ରଦ୍ଧାଳୁ । ଏଥିପାଇଁ ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ସରିଲା ଶ୍ରାବଣ ମାସ ପାଇଁ ପ୍ରସ୍ତୁତି ବୈଠକ । ଆଠଗଡ ତହସିଲଦାରଙ୍କ ଅଧ୍ୟକ୍ଷତରେ ହୋଇଥିଲା ବୈଠକ ।

ତେବେ ଏହି ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ବାବା ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ କଳସକୁ ସମ୍ପୂର୍ଣ୍ଣ ବାରଣ କରିଛିା ପ୍ରଶାସନ । ଯାହାକୁ ସହମତି ଦେଇଛି ପୂଜକ ସମିତି । କେବଳ କଳସ ନୁହେଁ ପୀଠ ମଧ୍ୟକୁ ବାହୁଙ୍ଗୀ ଆଣି ପାରିବେନି କାଉଡ଼ିଆ । କଂକ୍ରିଟ୍ ପୋଲ ପୂର୍ବରୁ ବାହୁଙ୍ଗୀ ରଖି କେବଳ କଳସ ନେଇ ପୀଠ ଭିତରକୁ ଆସିବେ କାଉଡ଼ିଆ ।

ଏହାସହ ବୈଠକରେ ପୂଜକ ସମିତି, ପୋଲିସ ପ୍ରଶାସନ ସହ ସମସ୍ତ ପ୍ରଶାସନିକ ବିଭାଗର ଉପସ୍ଥିତ ଥିଲେ । ଚଳିତ ବର୍ଷ ଶ୍ରାବଣ ମାସ ସୋମବାର ପାଞ୍ଚପାଳି ପଡୁଥିବାରୁ ଜଳାଭିଷେକ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୂଜକ ସମିତି ପକ୍ଷରୁ କୁହାଯାଇଛି ।

Leave a comment