ପୁଣି ସୀମାରେ ଲାଲ ଆତଙ୍କ : ୨ ଯବାନଙ୍କ ଗଳାକାଟି ହତ୍ୟାକଲେ ମାଓବାଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନାଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ୨ ଜଣ ସିଆରପିଏଫ୍ ଯବାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
ମାଓବାଦୀଙ୍କ ଉପଦ୍ରବ ଯୋଗୁଁ ସୁକମା ଅଞ୍ଚଳରେ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ ହୋଇଥିଲା । ତେବେ କ୍ୟାମ୍ପ ଠାରୁ କିଛି ଦୂରରେ ଦୁଇ ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ମଧ୍ୟରେ ଜଣେ ହେଡ୍ କନେଷ୍ଟବଳ ଓ ଜଣେ କନେଷ୍ଟବଳ ରହିଛନ୍ତି । ହତ୍ୟାକାଣ୍ଡ ପରେ ତଦନ୍ତ ଆରମ୍ଭ କରିଛି ସୁକମା ପୋଲିସ ।