ଘରେ ସୁଖ ଶାନ୍ତି ପାଇଁ କଣ କରିବେ ? ପଢନ୍ତୁ
ଆମ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ।ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟ ରେ-
୧.ଯଦି ଆପଣଙ୍କ ର ଶନି ଦଶା ପଡିଛି ତେବେ କାଉ କୁ ଖାଇବାକୁ ଦିଅନ୍ତୁ ଓ ଘୋଡା ର ନାଲ କୁ ଆଙ୍ଗୁଠି ରେ ପିନ୍ଧନ୍ତୁ ଏହା ଦ୍ବାରା ଆପଣଙ୍କର ମଙ୍ଗଳ ହେବ।
୨.ଘର ର ମୁଖ୍ୟ ଦ୍ୱାର ରେ କଣ୍ଟା ଯୁକ୍ତ ଗଛ କିମ୍ବା କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହିଁ।
୩.ମାଟି ସୁରେଇ ରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ ଦିଗରେ ରଖିଲେ ବାସ୍ତୁ ସମସ୍ୟା ଦୂର ହୋଇଥାଏ।
୪.ସାତୋଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
୫.ପୁରୁଷ ହୁଅନ୍ତୁ କିମ୍ବା ମହିଳା ନିଜର ବେକ କେବେ ଖାଲି ରଖନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ।
୬.ପ୍ରତିଦିନ ସକାଳେ ଦୁଇଟି ନିମ୍ବ ପତ୍ର ଖାଇବା ଦ୍ବାରା ମୁହଁ ର ଦାଗ ଲିଭି ଯାଇଥାଏ ଓ ତେଜ ବଢି ଥାଏ।
୭.ସକାଳୁ ଉଠି ବାସି ମୁହଁ ରେ ଏକ ଗ୍ଲାସ ପାଣି ପିଇବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ।
୮.ପିତୃ ମାତୃ ଙ୍କର ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟ କାହା ଘରେ ଖାଆନ୍ତୁ ନାହିଁ।
୯.ଭୂମି ଉପରେ ଆସନ ପାରି ବସିକରି ଖାଇଲେ ବହୁତ ମଙ୍ଗଳ ହୋଇଥାଏ।
୧୦.ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଉଥିଲେ ଦୁଇଟି ମୟୁର ପର କୁ ବିବାହ ଆଲବମ ରେ ରଖିଲେ ତାହା ଦୂର ହୋଇଥାଏ।