ଜରିମାନା ନୁହେଁ ବାତିଲ ହେବ ଲାଇସେନ୍ସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋବାଇଲରେ କଥା ହୋଇ ଗାଡି ଚାଳାଇଲେ ଜରିମାନା ନୁହେଁ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ କମିଟି । ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ପରିବହନ କମିସନର ଗତକାଲି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ।
ସୂଚନା ଅନୁଯାୟୀ, ଦିନକୁ ଦିନ ବଢି ଚାଲିଥିବା ସଡକ ଦୁର୍ଘଟଣାକୁ ହ୍ରାସ କରିବାକୁ କଠୋର ନିର୍ଦ୍ଦେଶ ଦେଇଛି ସୁପ୍ରିମକୋର୍ଟର ଏକ କମିଟି । ସଡ଼କ ନିରାପତ୍ତାକୁ ନେଇ ଗଠିତ କମିଟି ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଗତକାଲି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ସେହିପରି ପୂର୍ବରୁ ମଦ୍ୟପାନ କରି ଗାଡି ଚଳାଇଲେ ଲାଇସେନ୍ସ ବାତିଲ କରିବା ସହ ଗିରଫ କରିବା ପାଇଁ ମଧ୍ୟ ପାଇଁ ନିର୍ଦ୍ଦେଶ ରହିଥିଲା ।